Below header

କଣ ଆପଣ ପ୍ରଧାନମନ୍ତ୍ରୀଙ୍କୁ ନିଜ ସମସ୍ୟା ଜଣାଇବାକୁ ଚାହୁଁଛନ୍ତି, ତେବେ ନୋଟ କରନ୍ତୁ ଫୋନ ନମ୍ବର ଏବଂ ଠିକଣା

ଆମ ଭିତରୁ ଅଧିକାଂଶ ଲୋକ ଏମିତି ଅଛନ୍ତି ସେମାନେ ନିଜର ଦୁଃଖ ଏବଂ ସମସ୍ୟାକୁ ସରକାରଙ୍କ ପାଖକୁ ପହଁଚାଇବାକୁ ଚାହୁଁଛନ୍ତି। ଲୋକମାନେ ସ୍ଥାନୀୟ ପୋଲିସ ଏବଂ ସରକାରୀ ଅଫିସରଙ୍କ ଠାରୁ ସାହାଯ୍ୟ ନ ପାଇବା କାରଣର ସେମାନଙ୍କ ସମସ୍ୟାକୁ ସେମାନେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପହଁଚାଇବାକୁ ଚାହୁଁଛନ୍ତି। କିନ୍ତୁ ଇଚ୍ଛା ଥିଲେ ବି ଏତେ ଉପର ସ୍ତରକୁ ହାତ ପାଇବନି ଭାବିକି ଲୋକେ ଚୁପ୍‌ ବସିଯାଉଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ନିଜର ଜନତାଙ୍କ ସହିତ ଯୋଡି ହୋଇ ରହିବା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ୍‌ ରହୁଛନ୍ତି।
ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଫେସବୁକ୍‌ ଏବଂ ଟ୍ଵିଟରରେ କୋଟି କୋଟି ଫଲୋଅର୍ସ ଅଛନ୍ତି, ଯେଉଁମାନେ ତାଙ୍କୁ ସମ୍ପର୍କ କରିବାକୁ ଲଗାତାର ମେସେଜ୍‌ ପଠାଉଛନ୍ତି। ଏହି ଲୋକମାନେ ନିଜର ମନ କଥା ବା ସମସ୍ୟାକୁ ମୋଦିଙ୍କ ପାଖକୁ ପହଁଚାଇବାକୁ ଚାହୁଁଛନ୍ତି କିନ୍ତୁ ସେମାନଙ୍କୁ ଜଣାନାହିଁ ଯେ କେମିତି ନିଜର ଅସୁବିଧାକୁ ମୋଦିଙ୍କ ପାଖକୁ ପହଁଚାଇବେ। ଏଥିପାଇଁ ଆଜି ଆମେ ଆପଣଙ୍କୁ ପାଞ୍ଚଟି ଏମିତି ଖାସ୍‌ ଉପାୟ ଜଣାଇବୁ ଯାହା ଦ୍ୱାରା ଆପଣ ମୋଦିଙ୍କ ସହିତ ସମ୍ପର୍କ କରପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

pmଫେସବୁକ ଏବଂ ଟ୍ଵିଟର ଜରିଆରେ କରିପାରିବେ ସମ୍ପର୍କ

ଫେସବୁକ୍‌ ଏବଂ ଟ୍ଵିଟର ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ ଜରିଆରେ ଆପଣ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ପର୍କ କରାଇପାରିବେ। ଆପଣ ଭେରିଫାଏଡ୍‌ ଆକାଉଣ୍ଟ ଜରିଆରେ ତାଙ୍କ ପାଖକୁ ପହଁଚିପାରିବେ। ଏହା ହେଉଛି ପିଏମ୍‌ ମୋଦିଙ୍କ ସୋସିଆଲ ମିଡିଆ ଆକାଉଣ୍ଟସ୍‌  www.facebook.com/narendramodi
twitter.com/narendramodi
https://www.youtube.com/user/narendramodi
https://www.instagram.com/narendramodi

modiଇ-ମେଲ ଜରିଆରେ କରିପାରିବେ ସମ୍ପର୍କ

ଯଦି ଆପଣ ଆପଣଙ୍କ ସମସ୍ୟା ପ୍ରଧାନମନ୍ତ୍ରୀଙ୍କ ୁ ଜଣାଇବାକୁ ଚାହୁଁଛନ୍ତି ତେବେ ଆପଣ ତାଙ୍କ ଅଫିସିଆଲ ଆଇଡି [email protected] କିମ୍ବା ତାଙ୍କ ବ୍ୟକ୍ତିଗତ ଆଇଡି [email protected]କୁ ସିଧାସଳଖ ମେଲ୍‌ କରିପାରିବେ।

ଚିଠି ପଠାଇ କରନ୍ତୁ ମୋଦିଙ୍କୁ ସମ୍ପର୍କ

pmଯଦି ଆପଣ ମେଲ୍‌ କିମ୍ବା ଉପରିସ୍ଥ ମାଧ୍ୟମ ଦ୍ୱାରା ତାଙ୍କୁ ସମ୍ପର୍କ କରିପାରୁନାହାନ୍ତି ତେବେ ଆପଣ ଏହି ଠିକଣାରେ ଚିଠି ପଠାଇପାରିବେ। ଠିକଣାଟି ହେଉଛି ୱେବ ଇନଫରମେସନ୍‌ ମ୍ୟାନେଜର, ସାଉଥ୍‌ ବ୍ଲକ୍‌, ରାୟସିନା ହିଲସ୍‌, ନୂଆଦିଲ୍ଲୀ, ପିନ୍‌-୧୧୦୦୧୧।

ଏହି ଫୋନ ନମ୍ବର ଜରିଆରେ ବି କରିପାରିବେ ସମ୍ପର୍କ

ସେହିପରି ଯଦି ଆପଣ ପିଏମ୍‌ ମୋଦିଙ୍କ ସହିତ ଫୋନ୍‌ କିମ୍ବା ଫ୍ୟାକ୍ସ ଜରିଆରେ ସମ୍ପର୍କ କରିବାକୁ ଚାହୁଁଛନ୍ତି ତେବେ ଆପଣ 011-23015603, 11-23018939, 011-23018668କୁ ଫୋନ୍‌ କରିପାରିବେ +91-11-23019545 କିମ୍ବା 23016857କୁ ଫ୍ୟାକ୍ସ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.