Below header

କଟକ ବଡ଼ ମେଡିକାଲ ପୁନର୍ବିନ୍ୟାସ ପାଇଁ ଆଜିଠୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ, ଥଇଥାନ ଓ ସହାୟତା ପ୍ୟାକେଜ୍‌ ବାବଦରେ କରାଯାଉଛି ଅବଗତ

କଟକ(କେନ୍ୟୁଜ୍): କଟକ ବଡ଼ ମେଡିକାଲ ପୁନର୍ବିନ୍ୟାସ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜ ଘୋଷଣା ହୋଇଥିବା ବେଳେ ଆଜିଠୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ଲୋକଙ୍କୁ ଥଇଥାନ ଓ ସହାୟତା ପ୍ୟାକେଜ ବାବଦରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅବଗତ କରାଯାଉଛି । ଏନେଇ ମାଇକ ଯୋଗେ ପ୍ରଚାର କରାଯାଉଛି । କଟକ ଜିଲ୍ଲାପାଳ ଓ ସିଏମ୍‌ସି କମିଶନର ପ୍ରଭାବିତମାନେ ସହଯୋଗ କରିବା ସହ ସ୍ୱତଃପ୍ରବୃତ୍ତ ଭାବେ ଘର ଛାଡ଼ି ଯିବା ପାଇଁ ସମୟ ଦିଆଯିବ । ବସ୍ତିବାସିନ୍ଦାଙ୍କ ଥଇଥାନ ପାଇଁ ନିମପୁର ଓ ଯୋବ୍ରାର କିଛି ସ୍ଥାନରେ ଥଇଥାନ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ଉଚ୍ଛେଦ ବାବଦରେ ମଧ୍ୟ ଜିଲ୍ଲା ପ୍ରଶାସନ ସତର୍କ ରହିଛି ।

cuttack driveସୁଇପର କଲୋନୀ ସହ ପ୍ରାୟ ୫ଟି ବସ୍ତି ପ୍ରଭାବିତ ହେବାକୁ ଥିବା ବେଳେ ବସ୍ତିବାସିନ୍ଦା କହିଛନ୍ତି, ସରକାର ପ୍ରଥମେ ରହିବା ପାଇଁ ଘର ଯୋଗାଇ ଦିଅନ୍ତୁ । ଏହାପରେ ଉଚ୍ଛେଦ କରାଯାଉ । ସ୍ଥାୟୀ ବାସଗୃହ, ଅନଧିକୃତ ଭାବରେ ନିର୍ମିତ ବାସଘର, ମାଛ ମାର୍କେଟ କଂପ୍ଲେକ୍ସ, ସ୍ଥାୟୀ ଦୋକାନ ଘର, ଅନଧିକୃତ ଭାବେ ନିର୍ମିତ ଦୋକାନ ଘର, ଉଠା ଦୋକାନୀ, ଧାର୍ମିକ ଅନୁଷ୍ଠାନ, କ୍ଲବ ଓ ଗୁହାଳ ଆଦିକୁ ପ୍ୟାକେଜରେ ଅନ୍ତର୍ଭୁକ୍ତ କରାଯାଇଛି । ପ୍ରତି କ୍ଷତିଗ୍ରସ୍ତ ପରିବାରକୁ ଜରୁରିକାଳୀନ ବ୍ୟବସ୍ଥା ପାଇଁ ଦୁଇଟି କିସ୍ତିରେ ୧ ଲକ୍ଷ ଟଙ୍କା ମିଳିବ । ଜମି ମାଲିକଙ୍କଠାରୁ ଅନୁମୋଦିତ ପ୍ରକ୍ରିୟାରେ ଅଧିଗ୍ରହଣ କରାଯିବ । ରାଜ୍ୟ ସରକାରଙ୍କ କ୍ଷତିପୂରଣ ଆଇନ ଅନୁସାରେ କ୍ଷତିପୂରଣ ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.