ଜେଲ୍ ବ୍ୟବସ୍ଥା ବଦଳାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ(କେନ୍ୟୁଜ୍) : ସୁପ୍ରିମକୋର୍ଟ ପୁଣି ଥରେ ଜେଲ୍ ରେ ବନ୍ଦୀ ଥିବା କଏଦୀ ମାନଙ୍କ ପରିସ୍ଥିତି ଉପରେ ଶକ୍ତ ଟିପ୍ପଣି ଦେଇଛନ୍ତି। ଶୀର୍ଷ ନ୍ୟାୟାଳୟ ଗୁରୁବାର ଦିନ ସବୁ ରାଜ୍ୟ ସରକାର ଙ୍କୁ ଜେଲ୍ ର ନିୟମକୁ ବଦଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାମୁତାବକ କୋର୍ଟ କହିଛନ୍ତି କି ଫାସି ଦଣ୍ଡ ପାଇଥିବା କଏଦୀମାନଙ୍କୁ ମନୋଚିକିତ୍ସକ ମାନଙ୍କ ସହିତ ଦେଖାକରାଇବା ଉଚିତ୍ ।
କଏଦୀଙ୍କୁ ମଣିଷ ବୋଲି ଭାବନ୍ତି ନା ନାହିଁ?
କହିରଖିବାକୁ ଚାହୁଁଛୁ ଯେ, ଏହାପୂର୍ବରୁ ସୁପ୍ରିମକୋର୍ଟ ଜେଲରେ ବନ୍ଦୀଥିବା କଏଦୀ ମାନଙ୍କ ପରିସ୍ଥିତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେତେବେଳେ କୋର୍ଟ ପ୍ରଶ୍ନ କରିଥିଲେ କି ଅଧିକାରକୁ ଆଖିରେ ରଖି କଏଦୀ ମାନଙ୍କୁ ମଣିଷ ବୋଲି ଭାବୁଛନ୍ତି ନା ନାହିଁ? କୋର୍ଟ ଏହା ମଧ୍ୟ ପ୍ରଶ୍ନ କରିଥିଲେ କି କଣ କଏଦୀ ମାନଙ୍କର କିଛି ଅଧିକାର ଅଛି କି? ନ୍ୟାୟମୂର୍ତ୍ତୀ ମଦନ ବି ଲେକୁର ଜେଲ ପ୍ରଣାଳୀ ଉପରେ ପ୍ରଶ୍ନ କରି କହିଥିଲେ କି ଜେଲରେ ଏକ ସମାନ୍ତର ପ୍ରଣାଳୀ ଚାଲୁଛି କି? କଣ ଜେଲରେ ବିଶେଷ ଅଧିକାର ରହିଛି କି?
ଜେଲର ଦୁର୍ଦ୍ଦଶା ଉପରେ ଚର୍ଚ୍ଚା କରିବା ଉପରେ ନଭେମ୍ବରରେ ହୋଇଥିବା ଶୁଣାଣିରେ କୋର୍ଟ କହିଥିଲେ କି ଜେଲରେ କଏଦୀମାନେ ରହିବା ପାଇଁ ଠିକ୍ ବ୍ୟବସ୍ଥା ନାହିଁ । ବର୍ଷବର୍ଷ ଧରି ଜେଲ ମାନଙ୍କରେ ରଙ୍ଗ କିମ୍ବା ମରାମତି ହୋଇନାହିଁ । ଏହାସହ ଜେଲର ଟଏଲେଟ୍ ଏବଂ ନାଳ ଗୁଡିକ ମଧ୍ୟ ସଫା କରାଯାଉନାହିଁ । ଜେଲରେ ରହୁଥିବା ମହିଳା କଏଦୀ ମାନଙ୍କ ଛୁଆମାନେ ରହିବା ପାଇଁ ପର୍ୟ୍ୟାପ୍ତ ବ୍ୟବସ୍ଥା କରାଯାଇନାହିଁ ।
ବିଜୟ ମାଲ୍ୟା ମଧ୍ୟ ଜେଲ ଉପରେ ଉଠାଇଥିଲେ ପ୍ରଶ୍ନ :
କହିରଖିବାକୁ ଚହୁଁଛୁ ଯେ ସରକାରୀ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କା ଧାର ନେଇ ଫେରାର ହୋଇଯାଇଥିବା ଶିଳ୍ପପତୀ ବିଜୟ ମାଲ୍ୟା ମଧ୍ୟ ଭାରତରେ ଥିବା ଜେଲ୍ ମାନଙ୍କର ବ୍ୟବସ୍ଥା ଉପରେ ପ୍ରଶ୍ନ କରିଥିଲେ । ମାଲ୍ୟା ନିଜର ପ୍ରତ୍ୟାର୍ପଣ ଖିଲାପରେ କୋର୍ଟରେ ତର୍କ କରିଥିଲେ କି ଭାରତରେ ଜେଲମାନଙ୍କରେ ଉଚିତ୍ ପବନ ଏବଂ ବିଭିନ୍ନ ପ୍ରକାରର ସୁବିଧା ନାହିଁ । ଯାହାପରେ ଜର୍ଜଙ୍କ କହିବା ପରେ ଭାରତୀୟ ଅଫିସର ମାନେ ବାରକ୍-୧୨ ଆର୍ଥର ରୋଡ୍ ଜେଲର ଏକ ଭିଡିଓ ଦେଖାଇଥିଲେ । ଶୁଣିବାକୁ ମିଳୁଛି କି ବିଜୟ ମାଲ୍ୟାଙ୍କ ପାଇଁ ଏହି ଜେଲ୍ ର ଏକ ଉଚ୍ଚ ସୁରକ୍ଷିତ ସ୍ଥାନ ରଖାଯାଇଛି । ଜେଲ୍ ର ଜଣେ କର୍ମଚାରୀ କହିଛନ୍ତି କି ଯଦି ମାଲ୍ୟାଙ୍କୁ ଭାରତ ଅଣାଯାଏ ତେବେ ତାଙ୍କୁ ଜେଲ ପରିସର ଭିତରେ ଥିବା ଦୁଇ ମହଲା ବିଲଡିଙ୍ଗ୍ ର ଏକ ସୁରକ୍ଷିତ ସ୍ଥାନ ରଖାଯାଇଛି । ଜେଲରେ ଏହି ଭାଗରେ ୨୬/୧୧ରେ ମୁମ୍ବାଇ ଆତଙ୍କବାଦୀ ହମଲାର ଦୋଷୀ ଅଜମଲ କସାବକୁ ରଖାଯାଇଥିଲା ।