କାଲିଠାରୁ ପର୍ଥ ଲଢ଼େଇ : ବାଦ୍‌ ପଡ଼ିଲେ ଅଶ୍ୱିନ୍‌ ଓ ରୋହିତ

ପର୍ଥ : କାଲିଠାରୁ ପର୍ଥରେ ଆରମ୍ଭ ହେବ ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ । ୪ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ୧-୦ରେ ଆଗ ଥିବା ଭାରତର ମନୋବଳ ଏବେ ଖୁବ୍‌ ଦୃଢ଼ ରହିଛି । ତେଣୁ ଉତ୍ସାହର ସହ ଓହ୍ଲାଇବ ପର୍ଥରେ । ତେବେ ଏହି ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି ସ୍ପିନର୍‌ ରବିଚନ୍ଦ୍ର ଅଶ୍ୱିନ୍‌ ଓ ପୁରୁଖା ବ୍ୟାଟ୍‌ସମ୍ୟାନ୍‌ ରୋହିତ ଶର୍ମା । ଆହତ କାରଣରୁ ଏହି ଦୁଇ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ଆଡିଲେଡ୍‌ ଟେଷ୍ଟର ଅନ୍ତିମ ଦିନରେ ରୋହିତ ଫିଲଡିଂ କରୁଥିବା ବେଳେ ପିଠିରେ ଆଘାତ ପାଇଥିଲେ । ସେହିପରି ଅଶ୍ୱିନ୍‌ଙ୍କ ବାମ ତଳି ପେଟରେ ଆଘାତ ଲାଗିଛି । ତେଣୁ ଭାରତର ୧୩ ଜଣିଆ ଦଳରେ ଯୁବ ବ୍ୟାଟ୍‌ସମ୍ୟାନ୍‌ ହନୁମା ବିହାରୀ ଏବଂ ଦୁଇ ପେସ୍‌ ବୋଲର୍‌ ଭୁବନେଶ୍ୱର କୁମାର ଓ ଉମେଶ ଯାଦବଙ୍କୁ ସାମିଲ କରାଯାଇଛି ।

ASWIN-ROHITସେପଟେ ଆହତ ହୋଇଥିବା ଯୁବ ଓପ୍ନର ପୃଥ୍ଵୀ ସ ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ତେବେ ଏହି ମ୍ୟାଚ୍‌ରେ ଖେଳିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ପର୍ଥ ପିଚ୍‌ ପେସ୍‌ ବୋଲରଙ୍କ ସ୍ୱର୍ଗ ବୋଲି କୁହାଯାଏ । ତେଣୁ ଆଶା କରାଯାଉଛି ଅଶ୍ୱିନ୍‌ଙ୍କ ସ୍ଥାନରେ ଆଉ ଜଣେ ପେସ୍‌ ବୋଲର୍‌ ଭାବେ ଭୁବନେଶ୍ୱର କିମ୍ବା ଉମେଶଙ୍କୁ ଖେଳା ଯାଇ ପାରେ ।
ଅନ୍ୟପକ୍ଷରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ପର୍ଥ ପିଚ୍‌ରେ କଡ଼ା ପରୀକ୍ଷାର ସାମନା କରିବାକୁ ପଡ଼ିବ । କାରଣ ଏଠି ବୋଲର୍‌ଙ୍କୁ ଭଲ ପେସ୍‌ ଓ ବାଉନ୍ସ ମିଳେ । ଯେଉଁଥିରେ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଦୁର୍ବଳ ବୋଲି କୁହାଯାଏ । ପର୍ଥ ଷ୍ଟାଡିୟମ୍‌ ଏବେ ନୂଆ ରୂପ ନେଇଛି । ତେଣୁ ଉଭୟ ଦଳ କାଲି ନୂଆ ପିଚ୍‌ରେ ଖେଳିବେ ।
ସେପଟେ ପ୍ରଥମ ଟେଷ୍ଟରେ ୩୧ ରନ୍‌ରେ ହାରିବା ପରେ ଏବେ ଘାଇଲା ଅଛି କଙ୍ଗାରୁ ଦଳ । ତେଣୁ ପର୍ଥରେ ପ୍ରତିଶୋଧ ନେବାକୁ ପୂରା ଦମ୍‌ ଲଗାଇ ଦେବ । ତେଣୁ ଏହାର ପେସ୍‌ ବୋଲର୍‌ ଜୋରଦାର ଆକ୍ରମଣ କରିବେ । ପ୍ରଥମ ମ୍ୟାଚ୍‌ ହାରିବା ସତ୍ତ୍ୱେ ଅଷ୍ଟ୍ରେଲିଆ ତା ଦଳରେ କୌଣସି ପରିବର୍ତ୍ତନ କରିନାହିଁ ।
ପର୍ଥରେ ଏବେ ତାପମାତ୍ରା ପ୍ରାୟ ୩୬ ଡିଗ୍ରୀ ସେଲସିୟସ ରହୁଛି । ତେଣୁ ଟି ଜିତିଲେ ଉଭୟ ଦଳରୁ ଅଧିନାୟକ ପ୍ରଥମେ ବ୍ୟାଟିଂ କରିବାକୁ ସ୍ଥିର କରି ପାରେ ।

PERTH PITCH

team parctice
ପର୍ଥରେ ଭାରତୀୟ ଖେଳାଳିଙ୍କ ଅଭ୍ୟାସ

ନଜର ପକାନ୍ତୁ ପର୍ଥର ନୂଆ ଷ୍ଟାଡିୟମ ଉପରେ

Leave A Reply

Your email address will not be published.