ନବଜୋତ ସିଂ ସିଦ୍ଧୁଙ୍କୁ ମିଳିଲା ୪୫ ଦିନର କ୍ଷମା, ଆସନ୍ତାକାଲି ପଟିଆଲା ଜେଲ୍ରୁ ହେବେ ମୁକ୍ତ
ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଆସନ୍ତାକାଲି ପଟିଆଲା ଜେଲରୁ ମୁକ୍ତ କରାଯିବ। ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ସୂଚନା ଦିଆଯାଇଛି।

ପଞ୍ଜାବରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ ଆସନ୍ତାକାଲି ପଟିଆଲା ଜେଲରୁ ମୁକ୍ତ କରାଯିବ। ତାଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରୁ ଏହି ସୂଚନା ଦିଆଯାଇଛି। ୧୯୮୮ର ରୋଡ୍ ରେଜ୍ ମାମଲାରେ ତାଙ୍କୁ ଜେଲ୍ରେ ରଖାଯାଇଥିଲା। ସୁପ୍ରିମକୋର୍ଟ ସିଦ୍ଧୁଙ୍କ ପାଇଁ ଦଣ୍ଡ ଘୋଷଣା କରିଥିଲେ। ଗତବର୍ଷ ମେ’ ୧୯ରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଜାନୁଆରୀ ୨୬ରେ ‘ଆଜାଦୀ କା ଅମୃତ ମହୋତ୍ସବ’ ଯୋଜନା ଅଧୀନରେ ସମୟ ପୂର୍ବରୁ ନବଜୋତ ସିଂ ସିଦ୍ଧୁଙ୍କ ମୁକ୍ତି ଖବର ସାମ୍ନାକୁ ଆସିଥିଲା।
ଏହି ସ୍କିମ୍ ଅଧୀନରେ କୁହାଯାଇଥିଲା ଯେ ୫୨ କଏଦୀଙ୍କ ତାଲିକାରେ ସିଦ୍ଧୁଙ୍କ ନାମ ବି ଅନ୍ତର୍ଭୁକ୍ତ ରହିଛି। କିନ୍ତୁ ପଞ୍ଜାବ ସରକାର ତାଙ୍କୁ ରିଲିଫ୍ ଦେବାକୁ ମନା କରିଦେଇଥିଲେ। ଏବେ ସେ ଏପ୍ରିଲ ୧ରେ ମୁକ୍ତ ହେବେ, ଯେଉଁଠି ତାଙ୍କୁ ୪୫ ଦିନର କ୍ଷମା ମିଳିଛି। କୋର୍ଟଙ୍କ ଆଦେଶ ମୁତାବକ, ତାଙ୍କ ଦଣ୍ଡ ମେ’ ୧୬ରେ ଶେଷ ହେଉଛି, କିନ୍ତୁ ତାଙ୍କର ଭଲ କାର୍ଯ୍ୟ ହେତୁ ତାଙ୍କୁ ମୁକ୍ତ କରାଯାଉଛି।
This is to inform everyone that Sardar Navjot Singh Sidhu will be released from Patiala Jail tomorrow.
(As informed by the concerned authorities).
— Navjot Singh Sidhu (@sherryontopp) March 31, 2023
କହି ରଖୁଛୁ, ୧୯୮୮ ସେପ୍ଟେମ୍ବର ୨୭ରେ ନବଜୋତ ସିଂ ସିଦ୍ଧୁଙ୍କର ପଟିଆଲା ପାର୍କିଂକୁ ନେଇ ଗୁରନାମ ସିଂ ନାମକ ବ୍ୟକ୍ତିଙ୍କ ସହିତ ଝଗଡ଼ା ହୋଇଥିଲା। ଏହାପରେ ସିଦ୍ଧୁ ତାଙ୍କୁ ପିଟାପିଟି କରିଥିଲେ ଏବଂ ପରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ପାଖାପାଖି ୩୪ ବର୍ଷ ପରେ ଏହି ମାମଲାରେ ରାୟ ଆସିଥିଲା ଏବଂ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା।
ସୁପ୍ରିମକୋର୍ଟ ତାଙ୍କ ରାୟରେ ସିଦ୍ଧୁଙ୍କୁ ୧୦ ମାସ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଏବଂ ସେବେଠାରୁ ସେ ପଟିଆଲା ଜେଲରେ ବନ୍ଦୀ ଅଛନ୍ତି।