Below header

ନିର୍ଭୟା ମାମଲା : ମୁକେଶର ବାଟ ବନ୍ଦ, ଅନ୍ୟମାନଙ୍କର ବିକଳ୍ପ ବାକି ଅଛି

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଚାରି ଜଣ ଦୋଷୀଙ୍କୁ ଆସନ୍ତା ୨୨ ତାରିଖରେ ଫାଶୀ ଦିଆଯାଇ ପାରିବ ନାହିଁ । ଏକଥା ସ୍ପଷ୍ଟ ହେବା ପରେ ଏବେ ପ୍ରଶ୍ନ ଉଠିଛି ସେମାନଙ୍କୁ କେବେ ଫାଶୀ ହେବ । ଆଜି ଅନ୍ୟତମ ଦୋଷୀ ମୁକେଶର ରାଜକ୍ଷମା ପ୍ରାର୍ଥନାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରି ଦେଇଛନ୍ତି । ଏହା ପରେ ମୁକେଶ ପାଖରେ ଆଉ କୌଣସି ବିକଳ୍ପ ନାହିଁ । ତେଣୁ ତାକୁ ଫାଶୀ ଖୁଣ୍ଟରେ ଝୁଲିବାକୁ ପଡ଼ିବ । ତେବେ ଅନ୍ୟ ତିନିଜଣ ପବନ ଗୁପ୍ତା, ଅକ୍ଷୟ ସଂହ ଓ ବିନୟ ଶର୍ମାଙ୍କ ପାଖରେ ବିକଳ୍ପ ରହିଛି । ବିନୟ ଏପର୍ଯ୍ୟନ୍ତ ରାଜକ୍ଷମା ପାଇଁ ଆବେଦନ କରି ନାହିଁ । ସେହିପରି ଅକ୍ଷୟ ଓ ପବନ ଏବେବି କ୍ୟୁରେଟିଭ୍‌ ପିଟିସନ୍‌ ଏବଂ ରାଜକ୍ଷମା ଆବେଦନ ଦାଖଲ କରି ପାରିବେ । ଏପଟେ ରାଷ୍ଟ୍ରପତି ରାଜକ୍ଷମା ଆବେଦନକୁ ଖାରଜ କରିବା ପରେ ଦୋଷୀଙ୍କୁ ଫାଶୀ ପୂର୍ବରୁ ୧୪ ଦିନ ସମୟ ମିଳିଥାଏ ।
ଆଜି ଦିଲ୍ଲୀ ପଟିଆଲା ହାଉସ୍‌ କୋର୍ଟରେ ନିର୍ଭୟା ମାମଲାର ଶୁଣାଣି ରହିଛି । ଏହି ସମୟରେ ଫାଶୀ ପାଇଁ ଆଉ ଏକ ଦିନ ଧାର୍ଯ୍ୟ କରାଯାଇ ପାରେ । ଯାହାଫଳରେ ନୂଆ ଡେଥ୍‌ ଓ୍ଵାରେଣ୍ଟ ମଧ୍ୟ ଜାରି କରାଯିବ ।
ସେପଟେ ତିହାର ଜେଲ୍‌ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଚାରି ଜଣ ଯାକ ଦୋଷୀଙ୍କୁ ଏବେ ତିନି ନମ୍ବର ସେଲ୍‌କୁ ସ୍ଥାନାନ୍ତର କରାଯାଇଛି । ଏହିଠାରେ ଫାଶୀ ଦେବାର ସମସ୍ତ ବ୍ୟବସ୍ଥା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.