Below header

ବାଇକ୍ ଚାଳକ ଦୟାକରି ଧ୍ୟାନ ଦିଅନ୍ତୁ : ୧୫ ଜାନୁଆରୀରୁ ପିନ୍ଧିବାକୁ ପଡିବ ଏହି ସ୍ବତନ୍ତ୍ର ହେଲମେଟ୍, ନଚେତ୍ ହେବ ୨ ଲକ୍ଷର ଜରିମାନା

ଦୁଇ ଚକିଆ ଯାନ ଚଲାଉଥିବା ଚାଳକଙ୍କ ପାଇଁ ବଡ଼ ଖବର । ଏକ ନୂଆ ନିୟମ ଆଣିଛନ୍ତି କେନ୍ଦ୍ର ସରକାର । ଚାଳକଙ୍କ ସୁରକ୍ଷା ପାଇଁ ହେଲମେଟର ଗୁଣବତ୍ତାକୁ ନେଇ ମାନକ ନିର୍ଦ୍ଧାରଣ କରିଛନ୍ତି ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ । ବିଭାଗ ତରଫରୁ ଜାରି ହୋଇଥିବା ଏହି ଅଧିସୂଚନା ଅନୁସାରେ ୧୫ ଜାନୁଆରୀ ପୂର୍ବରୁ ହେଲମେଟ୍ ତିଆର କରୁଥିବା କମ୍ପାନୀଗୁଡିକୁ ନୂଆ ମାନକ ପାଳନ କରିବା ଅନିବାର୍ଯ୍ୟ । ନିୟମ ଉଲଂଘନ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯଦି କୌଣସି କମ୍ପାନୀ ଏହାକୁ ପାଳନ ନକରେ ତେବେ ଦୁଇ ବର୍ଷର ଜେଲ୍ କିମ୍ବା ୨ ଲକ୍ଷ ଟଙ୍କାର ଜରିମାନା ଦେବାକୁ ପଡିବ ।

ଜାନୁଆରୀ ୧୫ରୁ ଏମିତି ହେଲମେଟ ପିନ୍ଧନ୍ତୁ

– ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଟ (ବିଆଇଏସ) ଆଇଏସ ୪୧୫୧:୨୦୫୧
– ହେଲମେଟର ଓଜନ ୧.୨ କିଲୋଗ୍ରାମ ହୋଇଥିବା ଦରକାର
– ବିନା ଆଇଏସଆଇ ମାର୍କା ହେଲମେଟ ବିକିଲେ କଡା କାର୍ଯ୍ୟାନୁଷ୍ଠାନ ହେବ

ନିୟମ ଉଲଂଘନ କଲେ ହେଲମେଟ ଉତ୍ପାଦନ କରୁଥିବା କମ୍ପାନୀ, ଦୋକାନୀଙ୍କ ବିରୋଧରେ ବିନା କୌଣସି ୱାରଣ୍ଟରେ ଗିରଫ କରାଯାଇପାରିବ । ତେବେ ସରକାରଙ୍କ ଏହି ନିଷ୍ପତ୍ତିକୁ ଦୁଇ ଚକିଆ ହେଲମେଟ ମ୍ୟାନୁଫେକଚର ଆସୋସିଏସନ ସ୍ୱାଗତ କରିଛି । ସଂଗଠନ କହିଛି, ଯେପରି ନକଲି ଔଷଧ ବିଷ ପରି ଲାଗିଥାଏ, ସେହିଭଳି ବିନା ଆଇଏସଆଇ ହୋଲମାର୍କ ଯୁକ୍ତ ହେଲମେଟ ନକଲି ହିଁ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.