Below header

RBIର ବଡ଼ ନିଷ୍ପତ୍ତି, ନୂଆ ବର୍ଷରେ ଆସିବ ନୂଆ ୨୦ଟଙ୍କିଆ ନୋଟ୍

ଆରବିଆଇର ବଡ଼ ନିଷ୍ପତ୍ତି । ନୂଆ ବର୍ଷରେ ଆସିବ ନୂଆ ନୋଟ୍ । ୫୦୦, ୨୦୦,୧୦୦, ୫୦ ଏବଂ ୧୦ ଟଙ୍କିଆ ନୋଟ୍ ପରେ ଖୁବ୍ ଶୀଘ୍ର ମାର୍କେଟକୁ ଆସିବ ନୁଆ ୨୦ ଟଙ୍କିଆ ନୋଟ୍ । ବିମୁଦ୍ରାକରଣ ପରେ ଏହା ୭ମ କରେନ୍ସି ଯାହାକୁ ଆରବିଆଇ ନେଇ ଆସୁଛି ।

ଏହି ନୂଆ ୨୦ ଟଙ୍କିଆ ନୋଟରେ ବହୁ ଅତିରିକ୍ତ ସୁରକ୍ଷା ଫିଚର ରହିଛି । ଏଥିରେ ଐତିହାସିକ ସୌଧର ଫଟୋ ରହିବ । ମିଳିଥିବା ସୂଚନା ଅନୁସାରେ , ଏହି ଐତିହାସିକ ସୌଧ ମହାରାଷ୍ଟ୍ରର ଅଜନ୍ତା ଗୁମ୍ଫା ହୋଇ ପାରେ । କାରଣ ଅଜନ୍ତା ଗୁମ୍ଫାକୁ ବିଶ୍ୱ ଐତିହ୍ୟ ବୋଲି ୟୁନେସ୍କୋ ତରଫରୁ ଘୋଷଣା କରା ଯାଇଛି ।

ତେବେ ଏହି ନୂଆ ନୋଟ ପୁରୁଣା ତୁଳନାରେ ୨୦ % ଛୋଟ ରହିବ । ବିମୁଦ୍ରାକରଣ ପରଠାରୁ ଏପର୍ଯ୍ୟନ୍ତ କେନ୍ଦ୍ର ବ୍ୟାଙ୍କ ୧୦, ୫୦, ୧୦୦, ୨୦୦, ୫୦୦ ଏବଂ ୨୦୦୦ ଟଙ୍କାର ନୂଆ ନୋଟ ଜାରି କରିଛନ୍ତି । ଏହି ସବୁ ନୋଟ ମହାତ୍ମା ଗାନ୍ଧୀ ସିରିଜର ଜାରି କରା ଯାଇଥିଲା । ଏହି ସବୁ ନୋଟ ଗୁଡିକର ସାଇଜ ପୁରୁଣା ନୋଟ ଅପେକ୍ଷା ଅଲଗା ରହିଛି । ସେହିପରି ଏହି ୨୦ ଟଙ୍କିଆ ନୂଆ ନୋଟରେ ମହାତ୍ମା ଗାନ୍ଧୀଙ୍କର ସିରିଜ ଜାରି ହେବ । ତେବେ ପୁରୁଣା ନୋଟ ଗୁଡିକ ଚାଲୁ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.