Below header

ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ନୂଆ ବର୍ଷ ୨୦୨୧କୁ ଜୋରଦାର ସ୍ୱାଗତ

ବର୍ଷ ୨୦୨୦ର ଆଜି ଶେଷ ଦିନ । ଏହି କରୋନା, ଦୁର୍ବିପାକର ବର୍ଷକୁ ଭୁଲି ଲୋକେ ନୂଆ ବର୍ଷକୁ ସ୍ୱାଗତ କରୁଛନ୍ତି । କଟକଣା ଭିତରେ ଉତ୍ସାହ ଟିକେ ଫିକା ପଡ଼ିଥିଲେ ମଧ୍ୟ ନୂଆ ବର୍ଷ ୨୦୨୧ ନୂଆ ଉତ୍ସାହ ନେଇ ଆସିବ ବୋଲି ସମସ୍ତଙ୍କର ବିଶ୍ୱାସ । ଏସବୁ ଭିତରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଜିରୋ ନାଇଟ୍‌ ସହ ନୂଆ ବର୍ଷକୁ ସ୍ୱାଗତ କରି ସାରିଛନ୍ତି ।

ଅଷ୍ଟ୍ରେଲିଆ ପ୍ରଥମ ଦେଶ ଭାବେ ହାପି ନ୍ୟୁୟର କରିଛି । କାରଣ ସମୟ ଅନୁସାରେ ଏହାର ରତି ୧୨ଟା ଅତିକ୍ରମ କରି ସାରିଲାଣି । ସିଡନୀ ସ୍ଥିତ ଅପେରା ହାଉସ୍‌ରେ ଆତସବାଜୀ ହେଲେ ସାରା ଅଷ୍ଟ୍ରେଲିଆ ଜାଣିଯାଏ ନୂଆ ବର୍ଷର ବାର୍ତ୍ତା । ଏହା ସହିତ ନ୍ୟୁସାଉଥ୍‌େଓ୍ଵଲ୍‌ସ, ଭିକ୍ଟୋରିଆ, ମେଲବର୍ଣ୍ଣ ଆଦି ସମସ୍ତ ସ୍ଥାନରେ ନୂଆ ବର୍ଷକୁ ସ୍ୱାଗତ କରାଯାଇଛି । ହେଲେ ବାହାରେ ଲୋକ ଯେତିକି ନଥିଲେ ତାଠାରୁ ଅଧିକ ରହିଥିଲେ ପୋଲିସ୍‌ । ତେଣୁ ଅଧିକାଂଶ ଲୋକ ଘରେ ରହି ଟେଲିଭିଜନ୍‌ରେ ନୂଆ ବର୍ଷ ପାଳନ ଉତ୍ସବକୁ ଉପଭୋଗ କରିଛନ୍ତି ।

NEW ZEALAND

ସେହିପରି ନ୍ୟୁଜିଲାଣ୍ଡର ଅକ୍‌ଲାଣ୍ଡ ସ୍କାଏ ଟାଓ୍ଵାରରୁ ଆଲୋକ ମାଳା ଓ ଆତସବାଜୀ ସାରା ଦେଶକୁ ଜଣାଇ ଦେଇଛି ଯେ ନୂଆ ବର୍ଷ ଆସିଛି । ସମସ୍ତଙ୍କ ମନରେ ଆଶା ୨୦୨୦ ବର୍ଷର କଷ୍ଟ ଭୁଲାଇ ଦେବ ବର୍ଷ ୨୦୨୧ ।

ଫଟୋ ସୌଜନ୍ୟ : ଚ୍ୟାନେଲ୍‌ସ ଟେଲିଭିଜନ୍‌ ଓ ଏବିପି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.