ତୁର୍କୀ ଇସ୍ତାନବୁଲର ନାଇଟ୍‌ କ୍ଲବରେ ଅଗ୍ନିକାଣ୍ଡ, ୨୯ ମୃତ

ତୁର୍କୀ ଇସ୍ତାନବୁଲର ବେସିକଟାସ୍ ଜିଲ୍ଲାରେ ଥିବା ଏକ ୧୬ ମହଲା ବିଶିଷ୍ଟ କୋଠାର ତଳ ମହଲାରେ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ଯୋଗୁଁ ଅତିକମରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି ।

ତୁର୍କୀ ଇସ୍ତାନବୁଲର ଏକ ନାଇଟ୍ କ୍ଲବରେ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ନିଆଁ ଲାଗିବା ଯୋଗୁଁ ଅତିକମରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଆହତ ଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୋଲିସ ଏବଂ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ତେବେ ନାଇଟ୍ କ୍ଲବର ନବୀକରଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଏହି ମାମଲାରେ ପୋଲିସ କ୍ଲବର ମ୍ୟାନେଜର ସହିତ ୮ ଜଣଙ୍କ ଅଟକ ରଖି ପଚରାଉଚରା କରୁଛି ।

ଇସ୍ତାନବୁଲର ବେସିକଟାସ୍ ଜିଲ୍ଲାରେ ଥିବା ଏକ ୧୬ ମହଲା ବିଶିଷ୍ଟ କୋଠାର ତଳ ମହଲାରେ ନାଇଟ୍ କ୍ଲବଟି ଥିଲା । ତେବେ ଏହାର କାମ ଚାଲୁଥିବା ବେଳେ କ୍ଲବ୍ଟି ବନ୍ଦ ଥିବା ବେଳେ ଭିତରେ କେବଳ ଶ୍ରମିକମାନେ କାମ କରୁଥିଲେ । ନିଆଁରେ ୨୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

ଘଟଣା ସ୍ଥଳରେ ଇସ୍ତାନବୁଲର ନବନିର୍ବାଚିତ ମେୟର ପହଞ୍ଚି କହିଛନ୍ତି, ବିଲିଡିଂ ବେସମେଣ୍ଟରେ ଏକ ନାଇଟ କ୍ଲବ ଥିଲା, ଏଠାରେ ଶ୍ରମିକମାନେ କାମ କରୁଥିଲେ । ମୃତକ ଏବଂ ଆହତଙ୍କ ପରିବାର ପ୍ରତି ସମବେଦନା ବ୍ୟକ୍ତି କରୁଛି । ନିଆଁ ଏବେ ଆୟତ୍ତରେ ରହିଛି । ଆଶା କରୁଛି ଆଉ କେହି ଯେମିତି ପୀଡିତ ନ ହେଉ ।

ତେବେ ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରୁଛି । କେମିତି ନିଆଁ ଲାଗିଲା କିପରି ଲାଗିଲା ତାହାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.