Below header

କରୋନା ବଢାଇଲା ରାଜଧାନୀ ଚିନ୍ତା, ମହାରାଷ୍ଟ୍ର ପରେ ଦିଲ୍ଲୀରେ ଆଜିଠାରୁ ଲାଗୁ ହେଉଛି ନାଇଟ କର୍ଫ୍ଯୁ

କରୋନା ସଂକମ୍ରଣର ଦ୍ବିତୀୟ ଲହରୀ ବେଶ ଘାତକ ହେବାରେ ଲାଗିଛି। କରୋନା ସଂକ୍ରମିତଙ୍କ ସଂଖ୍ଯା ଦିନକୁ ଦିନ ବଢିବାରେ ଲାଗିଛି। ମୁମ୍ବାଇ ପରେ ରାଜଧାନୀ ଦିଲ୍ଲୀର ଅବସ୍ଥା ଚିନ୍ତାଜନକ ହେଲାଣି। ଲୋକଙ୍କୁ କୋଭିଡ ଗାଇଡ ଲାଇନ ସଠିକ୍ ଭାବେ ପାଳନ କରିବା ପାଇଁ ଅପିଲ କରାଯାଇଛି। କିନ୍ତୁ ଲୋକେ ଏହାକୁ ଠିକ୍ ଭାବେ ମାନୁନାହାନ୍ତି। ତେଣୁ ମହାରାଷ୍ଟ୍ର ପରେ ଦିଲ୍ଲୀରେ ସରକାର କଠୋର ପଦକ୍ଷେପ ନେଇଛନ୍ତି। ମୁମ୍ବାଇ ଭଳି ଦିଲ୍ଲୀରେ ମଧ୍ୟ ଆଜିଠାରୁ ନାଇଟ କର୍ଫ୍ଯୁ ଆରମ୍ଭ ହେଉଛି।

ତେବେ ଦିଲ୍ଲୀରେ ଆଜିଠୁ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ ନାଇଟ୍ କର୍ଫ୍ୟୁ । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ । ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସରକାରଙ୍କ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୩ ହଜାର ୫୪୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତା ସହ ୧୫ ଜଣଙ୍କର ମୃତ୍ୟୁ ହୋଇଛି।

ଦିଲ୍ଲୀର ସ୍ବାସ୍ଥ୍ଯ ମନ୍ତ୍ରୀ ସତ୍ଯେନ୍ଦ୍ର ଜୈନ କହିଛନ୍ତି ଏହି ଅଞ୍ଚଳରେ ଗୋଟେ ଦିନରେ କୋଭିଡର ତିନିରୁ ଅଧିକ ମାମଲା ଜଣାପଡିଛି, ତେବେ ସେହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯିବ। ସେହିପରି ସାର୍ବଜନୀନ ସ୍ଥାନରେ ଛେପ ପକାଇବା ଏବଂ ନିୟମ ଭାଙ୍ଗିଲେ ଜୋରିମାନା ତଥା ଥାନାରେ ମାମଲା ଦାୟର କରାଯିବ। ଅନେକ ରେଷ୍ଟୁରାଣ୍ଟ ଏବଂ ହୋଟେଲ ଗହଳି ଦେଖିଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.