ଗଞ୍ଜେଇ ଚୋରା ଚାଲାଣରେ ମହିଳାଙ୍କୁ ସାମିଲ କରି ନେଲେଣି ମାଫିଆ, ଘରୋଇ ବସ୍‌ରୁ ମାଲ ସହ ୩ ଜଣ ଗିରଫ

ନବରଙ୍ଗପୁର: ଗଞ୍ଜେଇ କାରବାରରେ ମହିଳାଙ୍କ ସମ୍ପୃକ୍ତି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଗୁଡିକରେ ଅର୍ଥ ଉପାର୍ଜନର ସହଜ ଉପାୟ ପାଲଟିଛି ଗଞ୍ଜେଇ ବେପାର । ବ୍ରହ୍ମପୁରରୁ ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀକୁ ଯାଉଥିବା ଏକ ଘରୋଇ ବସରେ ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଚଢାଉ କରିଥିଲା ନବରଙ୍ଗପୁର ଟାଉନ ପୋଲିସ ।

୩ ମହିଳା ଯାତ୍ରୀ ବ୍ୟାଗରେ ଗଞ୍ଜେଇ ଚାଲାଣ କରୁଥିଲେ । ମହିଳାମାନଙ୍କ ଘର କୋଟପାଡ଼ ଅଞ୍ଚଳରେ ହୋଇଥିବା ବେଳେ ଏମାନେ ଜଣେ ବେପାରୀଙ୍କ ଠାରୁ ଗଞ୍ଜେଇ କିଣି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳକୁ ବିକ୍ରି କରିବାକୁ ନେଉଥିଲେ । ୩ ମହିଳାଙ୍କ ସହ ବସ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରଙ୍କୁ ଅଟକ ରଖିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.