Below header

ଗଞ୍ଜାମ ବାଙ୍କେଶ୍ୱରୀ ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ୍, ୨୦ଆହତ

ବ୍ରହ୍ମପୁର: ଘାଟିରେ ଓଲଟିଲା ପିକଅପ୍‌ ଭ୍ୟାନ୍‌। ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ବାଙ୍କେଶ୍ୱରୀ ଘାଟିରେ ପିକଅପ୍‌ ଭ୍ୟାନ୍‌ ଓଲଟି ୨୦ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ମାଆଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ଦୁର୍ଘଟଣା ଘଟିଥିଲା। ଚୈତ୍ର ମଙ୍ଗଳବାର ପାଇଁ ମହିଳା ଓ କିଛି ପିଲା ବ୍ରହ୍ମପୁର ନିକଟସ୍ଥ ଲାଞ୍ଜିଆରୁ ବାଙ୍କେଶ୍ୱରୀ ଅଭିମେୁଖେ ଯାଉଥିବାବେଳେ ଗାଡିଟି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ତହସିଲଦାର ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.