ଗ୍ରାହକଙ୍କୁ SBI ଦେଲା ଝଟକା, ବ୍ଯାଙ୍କ ବଢାଇଲା ଗୃହ ଋଣ ସୁଧ

ଦେଶର ସବୁଠୁ ବଡ଼ ସରକାରୀ ବ୍ୟାଙ୍କ ଏସବିଆଇ ଗ୍ରାହକଙ୍କୁ ବଡ ଝଟକା ଦେଇଛି। ନିଜର ଗ୍ରାହକଙ୍କୁ ବଡ଼ ଝଟ୍କା ଦେଇଛି ଏସବିଆଇ। ଏବେ ଘର କିଣିବା ମହଙ୍ଗା ହୋଇଥିବା ବେଳେ ବ୍ୟାଙ୍କ ଗୃହ ଋଣ ଉପରେ ସୁଧ ବଢ଼ାଇଛି । ଘର କିଣିବା ଉପରେ ଏବେ ଅଧିକ ଇଏମଆଇ ଦେବାକୁ ପଡ଼ିବ। ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ହୋମ ଲୋନରେ ୬.୭୦ ପ୍ରତିଶତ ସୁଧ ଥିବା ବେଳେ ଏବେ ଏହା ୬.୯୫ ପ୍ରତିଶତକୁ ବୃଦ୍ଧି ପାଇଛି।

ଏସବିଆଇ ୱେବସାଇଟରେ ଉପଲବ୍ଧ ବିବରଣୀ ମୁତାବକ, ଏସବିଆଇ ଘର ଋଣରେ ସୁଧ ବଢ଼ାଇଥିବା ବେଳେ ଏପ୍ରିଲ୍ ପହିଲାରୁ ଏହା ଲାଗୁ ହୋଇଯାଇଛି। ସୀମିତ ଅବଧି ପାଇଁ ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଘର ଋଣ ୬.୭୦ ସୁଧରେ ଦେବାକୁ ଏସବିଆଇ ଘୋଷଣା କରିଥିଲା। ୭୫ ଲକ୍ଷରୁ ୫ କୋଟି ଟଙ୍କା ଉପରେ ସୁଧ ହାର ୬.୭୫ ପ୍ରତିଶତ ଥିଲା। ଏସବିଆଇ ସୁଧ ବଢ଼ାଇବା ପରେ ଅନ୍ୟାନ୍ୟ ବ୍ୟାଙ୍କ ମଧ୍ୟ ଏହା ବଢ଼ାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

sbi
Photo credit: Zee News

ଏହା ବ୍ୟତୀତ ଗୃହ ଋଣ ଉପରେ ଅତିରିକ୍ତ ପ୍ରୋସେସିଂ ଚାର୍ଜ ଲଗାଇଛି ଏସବିଆଇ। ଋଣ ରାଶିର ୦.୪୦ ପ୍ରତିଶତ ହେବ ପ୍ରୋସେସିଂ ଚାର୍ଜ। ପ୍ରକ୍ରିୟାକରଣ ଶୁଳ୍କ ବାବଦକୁ ସର୍ବନିମ୍ନ ୧୦ ହଜାର ଏବଂ ସର୍ବାଧିକ ୩୦ ହଜାର ଟଙ୍କା ଆଦାୟ କରାଯିବ। ତେବେ ବ୍ୟାଙ୍କ ପକ୍ଷରୁ ୩୧ ମାର୍ଚ୍ଚ ଯାଏ ପ୍ରୋସେସିଂ ଶୁଳ୍କ ଛାଡ଼ କରିବାକୁ କୁହାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.