Below header

ପୁଣି ରାତ୍ରୀକାଳୀନ କର୍ଫ୍ୟୁ ଜାରି କଲେ ଫ୍ରାନସ୍‌ ସରକାର, ଶନିବାର ଠାରୁ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ

ଫ୍ରାନ୍ସ : କରୋନା ସଂକ୍ରମଣ ରୋକିବାକୁ ଫ୍ରାନସ୍‌ ସରକାର ପୁଣି ରାତ୍ରୀକାଳୀନ କର୍ଫ୍ୟୁ ଜାରି କରିଛନ୍ତି । ବୁଧବାର ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏହି ଘୋଷଣା କରିଛନ୍ତି । ଶନିବାର ଠାରୁ ରାତି ୯ରୁ ସକାଳ ୬ ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ କରାଯିବ । ରାତି ୯ଟା ପରେ ରେଷ୍ଟୁରାଣ୍ଟ ଓ ପାର୍ଟିରେ ଭିଡ଼ ହେଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।

ରେଷ୍ଟୁରାଣ୍ଟ ଓ ପାର୍ଟି ଯୋଗୁଁ ସଂକ୍ରମଣ ବଢ଼ୁଛି । କର୍ଫ୍ୟୁ ସମୟରେ ରେଷ୍ଟୁରାଣ୍ଟ, ପାର୍ଟି ଓ ସମାବେଶ ଉପରେ ୬ ସପ୍ତାହ ପାଇଁ କଟକଣା ଲଗାଇଛନ୍ତି ଫ୍ରାନସ ସରକାର । ସେହିଭଳି ପାର୍ଲାମେଣ୍ଟକୁ ଆଉ ଦୁଇ ସପ୍ତାହ ବୃଦ୍ଧି କରିଥିବା ଏକ ସାକ୍ଷାତକାରରେ କହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି । ସାରା ବିଶ୍ୱରେ ସଂକ୍ରମଣ ସଂଖ୍ୟା ୩୮ ମିଲିୟନ ପାର କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.