Below header

ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କଲା ନିର୍ଭୟା ମାମଲାରେ ଦୋଷୀ ପବନ ଗୁପ୍ତା

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ଚାରି ଜଣଙ୍କ ମଧ୍ୟରୁ ଅନ୍ୟତମ ଦୋଷୀ ପବନ ଗୁପ୍ତା ଆଜି ସୁପ୍ରିମ୍‌ କୋର୍ଟରେ ତାର କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଛି । ତାର ଫାଶୀ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ପରିଣତ କରିବା ଲାଗି ସେ ତାର ପିଟିସନ୍‌ରେ ଅନୁରୋଧ କରିଛି ।
ପବନ ପାଖରେ ଏବେ ଉଭୟ ବିକଳ୍ପ ବାକିଥିଲା । ବର୍ତ୍ତମାନ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିବା ବେଳେ ରାଜକ୍ଷମା ଆବେଦନ ବାକି ରହିଛି । ଅନ୍ୟପକ୍ଷରେ ଅନ୍ୟ ତିନି ଦୋଷୀଙ୍କର ସମସ୍ତ ବିକଳ୍ପ ଶେଷ ହୋଇ ସାରିଛି । ନିର୍ଭୟା କାଣ୍ଡର ଚାରି ଦୋଷୀଙ୍କୁ ଆସନ୍ତା ମାର୍ଚ୍ଚ ୩ ତାରିଖରେ ଫାଶୀ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇ ସାରିଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.