ମହିଳା ରଗ୍‌ବୀରେ କିଟ୍‌କୁ ସଫଳତା, ଦୁଇଟି ସ୍ୱର୍ଣ୍ଣ ସହ କିଟ୍‌କୁ ମୋଟ୍‌ ୫ଟି ପଦକ

ମହିଳା ରଗ୍‌ବୀରେ କିଟ୍‌କୁ ଆଉ ଏକ ସଫଳତା। ଖେଲୋ ଇଣ୍ଡିଆ ୟୁନିଭର୍ସିଟି ଗେମ୍ସ-୨୦୨୦ରେ ଦଳକୁ ମିଳିଛି ସ୍ୱର୍ଣ୍ଣ ପଦକ। କିଟ୍‌ ମହିଳା ରଗବୀ ଟିମ୍‌ ପାଟନାର ପାଟଳିପୁତ୍ର ୟୁନିଭର୍ସିଟିକୁ ୩୧-୭ରେ ହରାଇ ସ୍ୱର୍ଣ୍ଣ ପଦକ ପାଇଛି। ସେହିପରି କିଟ୍‌ ପୁରୁଷ ରଗବୀ ଟିମ୍‌ ବ୍ରୋଞ୍ଜ ପଦକ ଲାଭ କରିଛି। ଆଜି ଗୋଟିଏ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ସହ କିଟ୍‌ ବିଶ୍ୱ ବିଦ୍ୟାଳୟର ପଦକ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ପୂର୍ବରୁ ତୀରନ୍ଦାଜର ଦଳଗତ ଇଭେଣ୍ଟରେ ସ୍ୱର୍ଣ୍ଣ ପାଇଥିଲା କିଟ୍‌ ବିଶ୍ୱବିଦ୍ୟାଳୟ। ଏହାସହ ବ୍ୟକ୍ତିଗତ ଇଭେଣ୍ଟରେ ତୀରନ୍ଦାଜରେ ରଞ୍ଜୀତ ନାୟକ ରୌପ୍ୟ ଜିତିବା ସହ ଭାରତ୍ତୋଳନାରେ କୁମ୍ଭେଶର ମଲ୍ଲିକ ବ୍ରୋଞ୍ଜ ଜିତିଥିଲେ। ଆଜି କିଟ୍‌ର ଛାତ୍ରୀମାନେ ରଗବୀରେ ସ୍ୱର୍ଣ୍ଣ ଜିତି ରାଜ୍ୟ ପାଇଁ ଆଉ ଏକ ଗୌରବ ଆଣିଛନ୍ତି । ସେହିପରି ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ଓଡ଼ିଶାକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ । ଲଙ୍ଗଜମ୍ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ରୀ ମନୀଷା ମେରେଲ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।

କିଟ୍‌ରେ ଖେଲୋ ଇଣ୍ଡିଆ ବିଶ୍ୱ ବିଦ୍ୟାଳୟ କ୍ରୀଡ଼ା ଚାଲିଥିବା ବେଳେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତୀ ବେହେରା ଆଜି କିଟ୍‌ ପରିଦର୍ଶନ କରିଛନ୍ତି । ବିଭିନ୍ନ ବର୍ଗରେ ଚାଲିଥିବା ପ୍ରତିଯୋଗିତାକୁ ସେ ଦେଖିଥିଲେ । କ୍ରୀଡ଼ାବିତଙ୍କୁ ଉତ୍ସାହିତ କରିଛନ୍ତି । ଉତ୍କୃଷ୍ଟ କ୍ରୀଡ଼ା ଭିତ୍ତିଭୂମି କିଟ୍‌ର ପ୍ରଶଂସା କରିଛନ୍ତି କ୍ରୀଡ଼ା ମନ୍ତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.