Below header

ନିର୍ଭୟା ମା ଆଶା ଦେବୀଙ୍କ ନିବେଦନ, ଦୋଷୀଙ୍କ ଆବେଦନକୁ ତୁରନ୍ତ ଖାରଜ କରାଯାଉ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ତାରିଖ ପରେ ତାରିଖ ଗଡ଼ି ଚାଲିଛି । ଦୀର୍ଘ ୭ ବର୍ଷ ପରେ ବି ଜେଲ୍‌ରେ ଥିବା ୪ ଦୋଷୀଙ୍କୁ ମିଳିନି ମୃତ୍ୟୁଦଣ୍ଡ । ଦୁଇ ଦୁଇ ଥର ଫାଶୀର ତାରିଖ ଟଳି ସାରିଛି । ପୁଣି ଆସନ୍ତା ମାର୍ଚ୍ଚ ମାସ ୩ ତାରିଖକୁ ଫାଶୀର ଦିନ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଏହି ଦିନ ଗଡ଼ିବାର ଆଶଙ୍କା ବେଶି । କାରଣ ପ୍ରତି ଦିନ ଦୋଷୀମାନେ କିଛି କିଛି ନୂଆ କୌଶଳ ବାହାର କରି ସେମାନଙ୍କ ଓକିଲ ଜରିଆରେ ଆଇନ୍‌ରେ ଥିବା ଦୁର୍ବଳତାର ସୁଯୋଗ ନେଉଛନ୍ତି । ପବନ ଗୁପ୍ତା ସୁପ୍ରିମ୍‌ କୋର୍ଟରେ କ୍ୟୁରେଟିଭ୍‌ ପିଟିସନ୍‌ ଦାଖଲ କରିଥିବା ବେଳେ ଅକ୍ଷୟ ସିଂହ ପୁଣି ଥରେ ରାଜକ୍ଷମା ପାଇଁ ଆବେଦନ କରିଛି । ଏସବୁ ଘଟଣା ସବୁଠୁ ଅଧିକ ଦୁଃଖ ଦେଉଛି ନିର୍ଭୟା ପରିବାର ଲୋକଙ୍କୁ । ତାଙ୍କ ମା ଆଶା ଦେବୀ ପ୍ରଶ୍ନ କରିଛନ୍ତି ନିର୍ଭୟାକୁ ନ୍ୟାୟ ମିଳିବ କେବେ ? ସେ ପୁଣି ଥରେ ସୁପ୍ରିମ୍‌ କୋର୍ଟ ଏବଂ ଦିଲ୍ଲୀ ସରକାରଙ୍କୁ ନିବେଦନ କରିଛନ୍ତି ଯେ ଦୋଷୀମାନଙ୍କ ଆବେଦନ ଓ ରଜକ୍ଷମାକୁ ଖାରଜ କରିବା ପାଇଁ । କାରଣ ଏଭଳି ଭାବେ ଦିନ ଗଡ଼ିବା ଫଳରେ ଆମ ଦେଶର ନ୍ୟାୟ ବ୍ୟବସ୍ଥା ଉପରୁ ଲୋକଙ୍କ ବିଶ୍ୱାସ ଉଠି ଯାଉଛି ବୋଲି ସେ କହିଛନ୍ତି ।

ଦେଖନ୍ତୁ ଭିଡିଓ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.