Below header

ନିର୍ଭୟା ଗଣଦୁଷ୍କର୍ମ ମାମଲା: ଫାଶୀରୁ ବଞ୍ଚିବା ପାଇଁ ନିଜ ପତ୍ନୀ ଓ ଛୁଆଙ୍କୁ ଢାଲ କଲା ଅଭିଯୁକ୍ତ ଅକ୍ଷୟ

ଦଣ୍ଡରୁ ରକ୍ଷା ପାଇବାର ସମସ୍ତ ଦ୍ଵାର ବନ୍ଦ ହୋଇଯିବା ପରେ ସ୍ତ୍ରୀ ଓ ଛୁଆକୁ ଢାଲ କଲା ନିର୍ଭୟା ମାମଲାର ଅନ୍ୟତମ ଦୋଷୀ ଅକ୍ଷୟ କୁମାର । ସେମାନେ ତ କୌଣସି ଅପରାଧ କରି ନାହାନ୍ତି ତେବେ କାହିଁକି ସଜା କାଟିବେ କୋର୍ଟକୁ ଯାଚିକା ମାଧ୍ୟମରେ ପ୍ରଶ୍ନ କରିଛନ୍ତି ଅକ୍ଷୟଙ୍କ ଓକିଲ ଏପି ସିଂ । ପାଖାପାଖି ୭ ବର୍ଷ ହେବ ଜେଲର ଚାରି କାନ୍ଥ ଭିତରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ସଜା କାଟୁଛି ଅକ୍ଷୟ । ତେଣେ ଘରେ ଅକ୍ଷୟାର ଫେରିବାର ରାହା ଦେଖୁଛନ୍ତି ସ୍ତ୍ରୀ ଓ ଛୁଆ । ବାରମ୍ବାର ଫାଶୀ ତାରିଖ ଘୁଞ୍ଚା ଯାଇସାରିଥିବା ବେଳେ ଏବେ ପୁଣି ଫାଶୀ ରୋକିବାକୁ ଆବେଦନ କରିଛି ଅକ୍ଷୟ ।

nirbhaya

ଗୋଟେ ପଟେ ସମସ୍ତ ଆଇନ କାନୁନ ବ୍ୟବସ୍ଥାର ବାଟ ବନ୍ଦ ହୋଇଯାଇଥିବା ବେଳେ ଅକ୍ଷୟଙ୍କ ଓକିଲ ପଟିଆଲା କୋର୍ଟରେ କ୍ଷମା ଯାଚିକା ଦାଖଲ କରିଛନ୍ତି । ଯାଚିକା ଟିରେ ଦର୍ଶାଯାଇଛି ଯେ ଯଦି ଅକ୍ଷୟଙ୍କୁ ଫାଶୀ ଦିଆଯାଏ ତେବେ ତାଙ୍କ ସ୍ତ୍ରୀ ଓ ଛୁଆଙ୍କୁ ଆଗକୁ ସାମାଜିକ ତାଡନାର ସାମ୍ନା କରିବାକୁ ପଡିପାରେ । ଯେବେକି ସେମାନେ କୌଣସି ଅପରାଧ କରି ନାହାନ୍ତି । ନିଜ ସଫେଇରେ ଅକ୍ଷୟଙ୍କ ଓକିଲ ଏପି ସିଂହ ଆହୁରି ମଧ୍ୟ କହିଛନ୍ତିକି, ପୂର୍ବଥର ସେମାନେ ତରବରିଆ ଭାବେ ସେମାନେ ନିଜ ଯାଚିକା ଦାଖଲ କରିଥିଲେ । ସେହି ଯାଚିକା ଟିରେ ଶପଥ ପତ୍ର, ପରିବାରର ଆର୍ଥିକ ସ୍ଥିତି, ଅପରାଧିକ ରେକର୍ଡ ଆଦି ବିଷୟରେ କୌଣସି ପ୍ରକାର ଉଲ୍ଲେଖ କରାଯାଇନଥିଲା ।

nirbhaya

ତେଣୁ ନ୍ୟାୟ ଦୃଷ୍ଟିରୁ ତାଙ୍କ ଯାଚିକା ଉପରେ ପୁନଶ୍ଚ ଶୁଣାଣି କରାଯିବା ଉଚିତ । ସେ କୋର୍ଟକୁ ଏହା ମଧ୍ୟ କହିଛନ୍ତିକି ଆସନ୍ତା ମାର୍ଚ୍ଚ ୩ ତାରିଖରେ ହେବାକୁ ଥିବା ଫାଶୀ ଉପରେ ରୋକ ଲଗାଯାଉ । ଯାଚିକା ଦାଖଲ ହେବା ପରେ କୋର୍ଟ ତିହାର ଜେଲ ପ୍ରଶାସନକୁ ଏକ ନୋଟିସ ଜାରି କରି ଏବାବଦରେ ପ୍ରଶ୍ନ କରିଛନ୍ତି । ଏହା ସହ ଜେଲ ପ୍ରଶାସନକୁ ମାର୍ଚ୍ଚ ୨ ତାରିଖ ଭିତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | କହି ରଖିବା ଉଚିତକି ଅକ୍ଷୟଙ୍କ ପୁନର୍ବିଚାର, ସୁଧରାତ୍ମକ, ଦୟା ଯାଚିକା ଗୁଡିକ ପୂର୍ବରୁ ହିଁ ଖାରଜ ହୋଇଯାଇଛି ।

ଆଉ ତା ନିକଟରେ ଫାଶୀ ବ୍ୟତିରେକ କୌଣସି ପ୍ରକାର ବିକଳ୍ପ ନାହିଁ । ନିର୍ଭୟା ମାମଲାର ଅନ୍ୟ ଏକ ଦୋଷୀ ପବନ ଗୁପ୍ତା ଶୁକ୍ରବାର ସୁପ୍ରିମ କୋର୍ଟରେ ଏକ କ୍ୟୁରେଟିଭ ଯାଚିକା ଦାଖଲ କରିଛନ୍ତି । ଯାହାର ଶୁଣାଣି ଏବେ ପର୍ଯ୍ୟନ୍ତ ହୋଇନାହିଁ । ପଟିଆଲା ହାଉସ କୋର୍ଟ ସୋମବାର ସକାଳ ୧୦ ସମୟରେ ଏହି ମାମଲାର ପୁନଃ ଶୁଣାଣି କରିବେ ବୋଲି ଜଣାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.