ନୀତିନ ଗଡକରୀଙ୍କୁ ଜୀବନରୁ ମାରିଦେବାକୁ ଧମକ, ସକାଳୁ ୩ଥର ଆସିଲାଣି ଫୋନ୍‌ କଲ୍‌

କେନ୍ଦ୍ର ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ତାଙ୍କ ନିକଟକୁ ସକାଳୁ ୩ଟି ଧମକପୂର୍ଣ୍ଣ ଫୋନ କଲ୍‌ ଆସିସାରିଛି । ଧମକ ଦେଉଥିବା ଅଭିଯୁକ୍ତ ସକାଳ ୧୧.୩୦ ଏବଂ ୧୨ ଟା ସମୟରେ କଲ୍‌ କରିସାରିଛି । ପୋଲିସ ଏହି ମାମଲାରେ ଯାଞ୍ଚ କରୁଛି । ତେବେ ନୀତିନ ଗଡକରୀଙ୍କୁ ଧମକପୂର୍ଣ୍ଣ ଫୋନ ନାଗପୁର ସ୍ଥିତ ଜନସଂପର୍କ କାର୍ଯ୍ୟାଳୟରୁ ଆସିଛି ବୋଲି ଜଣାପଡିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି ନୀତିନ ଗଡକରୀ । ଟ୍ଵିଟରରେ ତାଙ୍କର ୧୨ ମିଲିଅନରୁ ଅଧିକ ଫଲୋୟର୍ସ ରହିଛନ୍ତି । ମୋଦି ସରକାରରେ ସବୁଠାରୁ ଭଲ କାମ କରୁଥିବା ମନ୍ତ୍ରୀଙ୍କ ମଧ୍ୟରେ ଅନ୍ୟତମ ହେଉଛି ନୀତିନ ଗଡକରୀ । ତେବେ ମନ୍ତ୍ରୀଙ୍କୁ ଧମକ ମିଳିବା ପରେ ହଡକମ୍ପ ଦେଖାଦେଇଛି। ପୋଲିସ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଦେଇଛି ।

ତେବେ ମନ୍ତ୍ରୀଙ୍କୁ ଫୋନ କରି କିଏ ଜଣେ ଜୀବନରୁ ମାରି ଦେବାକୁ ଧମକ ଦେଇଛି । ମାମଲା ବିଷୟରେ ଜଣାପଡିବା ପରେ ପୋଲିସ ଟିମ ନାଗପୁର ସ୍ଥିତି କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି । ପୋଲିସ କଲ କରୁଥିବା ଲୋକର ଲୋକେସନ ଟ୍ରେସ କରୁଛି । ଯିଏ ବି ଦୋଷୀ ହୋଇଥିବ ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ମଧ୍ୟ ପୋଲିସ କହିଛି । ଆଉ ଅଭିଯୁକ୍ତ ବିପକ୍ଷରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.