Below header

ମାତ୍ର ଗୋଟିଏ ନମ୍ବର ଦେଇ ୪୦ ଟଙ୍କାରେ ବୁକ୍‌ କରନ୍ତୁ ରୁମ୍‌, ରେଳ ଷ୍ଟେସନରେ ମିଳୁଛି ଏହି ଖାସ୍‌ ସୁବିଧା

ଆଜି ଆମେ ଆପଣଙ୍କୁ ଭାରତୀୟ ରେଳର ଏକ ଏମିତି ସୁବିଧା ବିଷୟରେ କହିବୁ, ଯାହାର ଫାଇଦା ଉଠାଇ ଆପଣ ହଜାର ହଜାର ଟଙ୍କା ସଞ୍ଚୟ କରିପାରିବେ। ଆଜ୍ଞା ହଁ, ବର୍ତ୍ତମାନ କୁହୁଡି କାରଣରୁ ଅନେକ ଟ୍ରେନ ଘଣ୍ଟା ଘଣ୍ଟା ଧରି ଚାଲୁଛି, ଯେଉଁ କାରଣରୁ ଯାତ୍ରୀଙ୍କୁ ସମସ୍ୟାକୁ ସାମ୍ନା କରିବାକୁ ପଡୁଛି। ଯଦି ଆପଣ ମଧ୍ୟ ଆଗାମୀ ଦିନରେ ଟ୍ରେନ୍‌ ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କୁ ଏହା ଜାଣିବା ନିହାତି ଆବଶ୍ୟକ ଯେ ଭାରତୀୟ ରେଲୱେ, ଯାତ୍ରୀଙ୍କୁ ପ୍ରାୟ ୨୦ ରୁ ୪୦ ଟଙ୍କାର ବହୁତ ବଢ଼ିଆ ରୁମ୍‌ ଉପଲବ୍ଧ କରାଉଛି। ବାସ୍‌ ଏହି ସୁବିଧାକୁ ପାଇବାକୁ ହେଲେ ଆପଣଙ୍କ ପାଖରେ କେବଳ ପିଏନଆର ନମ୍ବର ରହିବା ଜରୁରୀ।

ଶୀତ ଋତୁର ଘନ କୁହୁଡି କାରଣରୁ ଅନେକ ଟ୍ରେନ୍‌ ବିଳମ୍ବରେ ଚାଲୁଛି। ଏମିତିରେ ଯାତ୍ରୀଙ୍କୁ ବହୁତ ସମସ୍ୟାକୁ ସମ୍ମୁଖୀନ ହେବାକୁ ପଡୁଛି। ହଜାର ହଜାର ସଂଖ୍ୟାର ଯାତ୍ରୀ ରେଳଷ୍ଟେସନରେ ଏହି କାରଣରୁ ଟେନସନ୍‌ ହେଉଛନ୍ତି ଯେତେବେଳେ ଜାଣିବାକୁ ପାଉଛନ୍ତି ଯେ ଟ୍ରେନ୍‌ ୨,୪ ଏବଂ ୮ ଘଣ୍ଟା ପର୍ଯ୍ୟନ୍ତ ଲେଟ୍‌ ଅଛି। ଏମିତିରେ ଲୋକମାନେ ବିଶ୍ରାମ ନେବା ପାଇଁ ହୋଟେଲ ବୁକ୍‌ କରନ୍ତି। ହୋଟେଲ ରୁମ୍‌ ମହଙ୍ଗା ସତ୍ତ୍ୱେ ବି କିଛି ଲୋକ ହୋଟେଲରେ ରହିଯାନ୍ତି ସେହିପରି ଅଧିକାଂଶ ଲୋକ ସେହି ରେଳ ଷ୍ଟେସନରେ ଥଣ୍ଡା କାକରରେ ଶୋଇପଡନ୍ତି। କିନ୍ତୁ ଆମେ ଆପଣଙ୍କୁ କହିବୁ ଯେ ଏପରି ସ୍ଥିତିରେ ଆପଣ ରେଳର ରିଟାୟରିଙ୍ଗ୍‌ ରୁମର ଫାଇଦା ଉଠାଇପାରିବେ। ସେଠାରେ ଆପଣ ୪୮ ଘଣ୍ଟା ପର୍ଯ୍ୟନ୍ତ ଷ୍ଟେ କରିପାରିବେ। ଏବଂ ସବୁଠାରୁ ଖାସ୍‌ କଥା ହେଉଛି ସେଠାରେ ଆପଣଙ୍କୁ ବହୁତ କମ୍‌ ଚାର୍ଜ ଦେବାକୁ ପଡିବ। ଆପଣ ମାତ୍ର ୨୦ ଟଙ୍କାର ୪୦ ଟଙ୍କା ଚାର୍ଜ ଦେଇ ୪୮ ଘଣ୍ଟା ପର୍ଯ୍ୟନ୍ତ ଷ୍ଟେ କରିପାରିବେ।

retiring roomଏବେ ଆପଣଙ୍କ ସାମ୍ନାରେ ସବୁଠାରୁ ବଡ ସମସ୍ୟା ଆସିପାରେ ଯେ ଆପଣ ଭାବୁଥିବେ କେମିତି ଆପଣ ଏହି ରିଟାୟରିଙ୍ଗ ରୁମକୁ ବୁକ୍‌ କରିବେ ଆଉ କେଉଁଠି ବୁକ୍‌ କରିବେ। ଏଥିପାଇଁ ଆପଣଙ୍କୁ ପିଏନଆର ନମ୍ବରର ଆବଶ୍ୟକତା ହେବ କାହିଁକିନା ରିଟାୟରିଙ୍ଗ୍‌ ରୁମର ବୁକିଙ୍ଗ୍‌ ପିଏନଆର ନମ୍ବରରୁ ହିଁ ହୋଇଥାଏ। ଅଧିକାଂଶ ବଡ ବଡ ଷ୍ଟେସନରେ ଆପଣଙ୍କୁ ଏସି ଏବଂ ନନ୍‌ ଏସି ରୁମ୍‌ ମିଳିଯିବ। ଏହାର ବୁକିଙ୍ଗ୍‌ ଆପର େଓ୍ଵବସାଇଟରୁ ହିଁ କରିପାରିବେ। ଆପଣଙ୍କୁ ଏହି ୱେବସାଇଟକୁ ଭିଜିଟ୍‌ କରିବାକୁ ହେବ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ସୁବିଧା ସେହି ଯାତ୍ରୀଙ୍କୁ ଦିଆଯାଇଥାଏ, ଯେଉଁମାନଙ୍କ ଟିକେଟ୍‌ କନଫର୍ମ ହୋଇଥିବ କିମ୍ବା ଆରଏସି ଥିବ।

ତେବେ ଆଉ ଏକ ଭଲ ଖବର ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଯଦି ଆପଣ ୫୦୦ କିମି ରୁ ଅଧିକ ଦୂରତା ଯାତ୍ରା କରନ୍ତି ତାହେଲେ ଜେନେରାଲ ଟିକେଟ ଉପରେ ମଧ୍ୟ ଏହି ସୁବିଧାର ଆପଣ ଲାଭ ଉଠାଇପାରିବେ। ଏହାବ୍ୟତୀତ ଗୋଟିଏ ପିଏନଆର ନମ୍ବରରୁ ଗୋଟିଏ ହିଁ ରୁମ୍‌ ରେଜିଷ୍ଟର ହୋଇପାରିବ।

ତେବେ ଏହାକୁ ବୁକିଙ୍ଗ କରିବା ସମୟରେ ଏହା ଧ୍ୟାନ ରଖନ୍ତୁ ଯେ ଅନଲାଇନ୍‌ ବୁକିଙ୍ଗ କରିବା ପରେ ଆପଣଙ୍କୁ ସେଠାରୁ ଆପଣଙ୍କ ସରକାରୀ ଡକ୍ୟୁମେଣ୍ଟ ଦେବାକୁ କୁହାଯିବ ଯେମିତିକି ଆଧାର କାର୍ଡ କିମ୍ବା ପାନ୍‌ କାର୍ଡ। ଏହି ସୁବିଧା ଦେଶର ବଡ ବଡ ରେଳେଓ୍ଵ ଷ୍ଟେସନ ଯେମିତିକି ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ ଭଳି ଯାଗାରେ ମିଳିଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.