Below header

କୋଭିଡ ନିୟମ ନମାନିଥିବାରୁ ଫାଇନ୍‌ ଭରିଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ନରେଓ୍ଵ : କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଥିବାରୁ ସବୁଠି କରୋନା ନିୟମକୁ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହେଲେ କିଛି ଲୋକ କରୋନା ନିୟମକୁ ମାନୁ ନାହାଁନ୍ତି । ଯେଉଁଥି ପାଇଁ ସେମାନଙ୍କୁ ଫାଇନ୍‌ ଭରିବାକୁ ପଡ଼ିଛି । ନିକଟରେ କରୋନା ନିୟମ ଉଂଲଘନ କରି ଫାଇନ ଭରିବାକୁ ପଡ଼ିଛି ନରେଓ୍ଵ ପ୍ରଧାନମନ୍ତ୍ରୀ ଏର୍ନା ସୋଲ୍‌ବର୍ଗଙ୍କୁ ।

ଶୁକ୍ରବାର କରୋନା ନିୟମ ଉଂଲଘନ କରି ଜନ୍ମଦିନର ରାତ୍ରି ଭୋଜନ ଆୟୋଜନ କରୁଥିବାରୁ ତାଙ୍କୁ ଫାଇନ ଦେବାକୁ ପଡ଼ିଛି । ପୋଲିସ୍‌ କହିଛି ଯେ ସୋଲବର୍ଗ ଜନ୍ମଦିନ ପାର୍ଟିରେ କୋଭିଡ ନିୟମ ଉଂଲଘନ କରି ଅଧିକ ଲୋକଙ୍କୁ ସାମିଲ କରିଥିଲେ । କୋଭିଡ ନିୟମ ଉଂଲଘନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ୨୦ ହଜାର ନରେଓ୍ଵ କ୍ରୋନର ବା ୨୦୦୦ ୟୁରୋ ଫାଇନ୍‌ କରାଯାଇଛି । ଏହି ଘଟଣା ପରେ ସୋଲ୍‌ବର୍ଗ ସାଧାରଣରେ କ୍ଷମା ମାଗିବା ସହ ଫାଇନ ଦେବାକୁ ପ୍ରସ୍ତୁତ ଥିବା କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.