Below header

ଢ଼େଙ୍କାନାଳର ପୁରୁଣା କଟକ – ସମ୍ବଲପୁର ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ସେନା ମୃତ

ଆଜି ଅପରାହ୍ନରେ ଢ଼େଙ୍କାନାଳର ପୁରୁଣା କଟକ – ସମ୍ବଲପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ହୋଇଛି। ଢ଼େଙ୍କାନାଳ ସଦର ଥାନା ଅନ୍ତର୍ଗତ ରଥପଦା ନିକଟରେ ଏକ କାର ସହ ଟ୍ରକର ଧକ୍କା ହୋଇଥିଲା। ଘଟଣା ସ୍ଥଳରୁ କାରରେ ଯାଉଥିବା ୨ଜଣ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ତାଙ୍କୁ ମୃତ ଘୋଷିତ କରାଯାଇଛି। ମୃତକ ଦୁଇ ଜଣ ଗଣ୍ଡାନାଳିର ଗୋପବନ୍ଧୁ ରାଉତ ଓ କୋତମ ଗ୍ରାମର ମନୋଜ ବେହେରା। ସୂଚନା ଅନୁଯାୟୀ ଗୋପବନ୍ଧୁ ରାଉତ ଜଣେ ସେନା କର୍ମଚାରୀ ଥିଲେ । ଛୁଟି ପାଇ ଘରକୁ ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.