Below header

ଇଣ୍ଡୋନେସିଆ ଭାରତ ମହାସାଗରରେ ଭୂମିକମ୍ପ, ଜାଭା ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି

ଜାଭା : ଇଣ୍ଡୋନେସିଆ ଜାଭା ଦ୍ୱୀପ ନିକଟ ଭାରତ ମହାସାଗରରେ ଆଜ ଭୂମିକମ୍ପ ହେବା ଦ୍ୱାରା ଜାଭା ଓ ବାଲି ଦ୍ୱୀପରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ରିକ୍ଟର ସ୍କେଲ୍‌ରେ ଭୂମିକମ୍ପର ତୀବ୍ରତା ଥିଲା ୬.୧ । ଏହା  ୮୮  କିଲୋମିଟର ଗଭୀରତାରେ ସଂଘଠିତ ହୋଇଥିଲା ।

ଏହି ଭୂମିକମ୍ପ ପରେ ଆଉ କେତୋଟ ଭୂମିକମ୍ପ ସଂଘଠିତ ହୋଇଥିଲେ ମଧ୍ୟ ସୁନାମୀ ହେବାର ଆଶଙ୍କା ନାହିଁ ବୋଲି ଇଣ୍ଡୋନେସିଆର ଭୂବିଜ୍ଞାନ ସଂସ୍ଥା ବିଏମକେଜି ସୂତ୍ରରୁ ଜଣାପଡ଼ିଛି । ଭୂମିକମ୍ପ ଦ୍ୱାରା ଜାଭା ଓ ବାଲି ଦ୍ୱୀପରେ ଘର, ସରକାରୀ କାର୍ଯ୍ୟାଳୟ ଓ ହସ୍‌ପିଟାଲର କୋଠା ଭାଙ୍ଗି ରୁଜି ଯାଇଛି । ବହୁ ଘରର କାନ୍ଥ ଓ ଛାତରେ ଫାଟ ସୃଷ୍ଟି ହୋଇଛି । ଭୂମିକମ୍ପରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଲୋକ ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.