Below header

ଏବେ ଆପେ ଆପେ ଟ୍ରେନରେ ଲାଗିବ ବ୍ରେକ, କୌଣସି ନିଶ୍ଚିତ ଦୁର୍ଘଟଣାରୁ ପାଇପାରିବ ରକ୍ଷା

କେନ୍ୟୁଜ୍(ବ୍ୟୁରୋ):ଭାରତୀୟ ରେଳବାଇର କବଚ ଜ୍ଞାନକୌଶଳର ସଫଳ ପରୀକ୍ଷଣ । ଏହି ଐତିହାସିକ ମୁହୂର୍ତ୍ତରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପରୀକ୍ଷଣ ହୋଇଥିବା ଟ୍ରେନର ଇଞ୍ଜିନରେ ଉପସ୍ଥିତ ଥିଲେ । ଏହି ଜ୍ଞାନକୌଶଳ ଦ୍ୱାରା ଆପେ ଆପେ ବ୍ରେକ ଲାଗିବ । ଫଳରେ ଟ୍ରେନ କୌଣସି ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇପାରିବ । ଦକ୍ଷିଣ ରେଳବାଇର ସିକନ୍ଦରାବାଦ ଠାରେ ହୋଇଥିବା ପରୀକ୍ଷଣରେ ରେଳ ମନ୍ତ୍ରୀ ରହିଥିବା ଟ୍ରେନ ସାମନାରୁ ଆସୁଥିବା ଟ୍ରେନର ୩୮୦ ମିଟର ପୂର୍ବରୁ ରହିଯାଇଥିଲା ।

ରିୟର ଏଣ୍ଡ କୋଲିଜନର ସଫଳ ପରୀକ୍ଷଣ ନେଇ କେନ୍ଦ୍ରମନ୍ତ୍ରୀ ବୈଷ୍ଣବ ଜଣାଇଛନ୍ତି । ଟ୍ରେନ ଦୁର୍ଘଟଣାର ସୁରକ୍ଷା ପ୍ରଣାଳୀରେ ଦୁଇଟି ଟ୍ରେନ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିଲେ ମଧ୍ୟ କବଚ କୌଶଳ ଦ୍ୱାରା ଦୁର୍ଘଟଣାକୁ ଏଡ଼ାଇ ଦିଆଯାଇପାରିବ । ଏହି ପ୍ରଣାଳୀରେ ଓଭର ସ୍ପିଡିଂ ରୋକିବାକୁ ସ୍ୱତଃପୂର୍ତ୍ତ ଭାବେ ବ୍ରେକ ଲାଗିପାରିବ । କେବଳ ମୁହାଁମୁହିଁ ଧକ୍କା ନୁହେଁ, ଜରୁରୀକାଳୀନ ପରିସ୍ଥିତିରେ ଏମଓଏସ ମେସେଜ ମଧ୍ୟ ପଠାଇପାରିବ । ନେଟୱର୍କ ମନିଟର ପ୍ରଣାଳୀ ମାଧ୍ୟମରେ ଗାଡ଼ି ସଂଚାଳନ ମଧ୍ୟ ଏଥିରେ ସାମିଲ ରହିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.