ଖୋଲୁଛି କ୍ରୁଜ୍‌ ଡ୍ରଗ୍ସ ପାର୍ଟି ଲିଙ୍କର ଗୁମର: ଆଉ ୮ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୬କୁ ବୃଦ୍ଧି, ଦୁଇ ଓଡ଼ିଆ ସାମିଲ୍

ମୁମ୍ବାଇ: ଖୋଲୁଛି କ୍ରୁଜ୍‌ ଡ୍ରଗ୍ସ ପାର୍ଟି ଲିଙ୍କର ଗୁମର। ଆଉ ୮ ଜଣଙ୍କୁ ମିଶାଇ ଗିରଫ ସଂଖ୍ୟା ୧୬ରେ ପହଞ୍ଚିଛି । ଏନସିବି ସ୍କାନରକୁ ଆସୁଛନ୍ତି ଜଣଙ୍କ ପରେ ଜଣେ ଅଭିଯୁକ୍ତ । ଏବେ ସାମନାରୁ ଆସିଛି ଓଡ଼ିଶା ଲିଙ୍କ । ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସହ ସେଦିନ ଜାହାଜରେ ଥିଲେ ଦୁଇ ଜଣ ଓଡ଼ିଆ । ରାଉରକେଲାର ଅଭିନ୍ନ ଦିନନାଥ ସାହୁ ଓ ମନୀଷ ରାଜଗରିଆଦୁଇ ଜଣଙ୍କୁ ଗିରଫ ପରେ ରିମାଣ୍ଡରେ ନେଇ ତଥ୍ୟ ଉଗାରୁଛି ଏନସିବି । ମନୀଷଙ୍କ ପାଖରୁ ୨.୪ ଗ୍ରାମ୍‌ ଗଞ୍ଜେଇ ମିଳିଥିଲା । ଅଭିନ୍ନ ଦୁଇ ଥର ଗଞ୍ଜେଇ ଟାଣିଥିଲେ । ଦୁହେଁ କ୍ରୁଜରେ ଅତିଥି ଥିଲେ । ଦୁଇ ଜଣ ରାଉରକେଲା ସିଭିଲ୍‌ ଟାଉନସିପ୍‌ ବାସିନ୍ଦା।

ସେପଟେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୩ ଅଭିଯୁକ୍ତଙ୍କୁ ୭ ତାରିଖ ଯାଏ ରିମାଣ୍ଡରେ ନେଇ ଅଧିକ ତଥ୍ୟ ବାହାର କରୁଛି ଏନସିବି । କ୍ରୁଜ୍‌ ସିଇଓଙ୍କୁ ହାଜର ହେବାକୁ ପୁଣି ଥରେ ସମନ୍‌ ହୋଇଛି । ସେପଟେ ଅଧିକ ଖୋଳତାଡ ପାଇଁ ମୁମ୍ବାଇରେ ପହଞ୍ଚିଛି ଦିଲ୍ଲୀ ଏନସିିବି ଟିମ୍‌ । ମୁମ୍ବାଇ ଟିମ୍‌ ସହ ମିଳିତ ଭାବରେ ଖୋଳତାଡ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.