ଆମେରିକା ହ୍ୟୁଷ୍ଟନରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭୁବନେଶ୍ୱର : ଆମେରିକାର ହ୍ୟୁଷ୍ଟନ୍‌ରେ ଖୁବ୍‌ ଉତ୍ସାହ ଓ ଉଦ୍ଦୀପନା ତଥା ଭକ୍ତିଭାବନା ମଧ୍ୟରେ ପାଳିତ ହୋଇଯାଇଛି ଶ୍ରୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ପର୍ବ । ଏଠାରେ ଥିବା ମନ୍ଦିରରେ ପୂର୍ବ ଦିନରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରାଯାଇଥିଲା । ସକାଳେ ୧୦୮ କଳସରରେ ପବିତ୍ର ଜଳ ଦ୍ୱାରା ବିଗ୍ରହମାନଙ୍କର ସ୍ନାନ କରାଯାଇଥିଲା ।

ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ଗଜ ବେଶ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା । ଏହି ଅବସରରେ ଭଜନ, କୀର୍ତ୍ତନରେ ପରିବେଶ ଭକ୍ତିମୟ ହୋଇ ଉଠିଥିଲା । ମଧ୍ୟାହ୍ନରେ ପ୍ରଭୁଙ୍କ ଆଳତି କରାଯାଇ ପୂଜା ସମ୍ପନ୍ନ ହୋଇଥିଲା । ସମସ୍ତେ ପ୍ରସାଦ ଗ୍ରହଣ କରିଥିଲେ ।

HUSTON-1

ଏହି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସୁପ୍ରଦୀପ୍ତାଙ୍କ ଓଡ଼ିଶୀ ଡ୍ୟାନ୍‌ସ ସ୍କୁଲ କଳା ଆଙ୍ଗନର ପ୍ରଶିକ୍ଷାର୍ଥୀମାନେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଆଗରେ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ତେବେ ଶିଶୁ କଳାକାର ସାଧ୍ୱୀ ନନ୍ଦଙ୍କ ଓଡ଼ିଶୀ ନୃତ୍ୟ ସମସ୍ତଙ୍କ ମନ ମୋହି ନେଇଥିଲା । ନାମଦ୍ୱାରର ଜୀବନଜୀ ଏବଂ ଶ୍ରୀରାମଜୀଙ୍କ ପ୍ରବଚନ ସହ କାର୍ଯ୍ୟକ୍ରମ ଶେଷ ହୋଇଥିଲା ।

HUSTON-3

ଏହି ପର୍ବରେ ଏଠାକାର ୧୨୦ରୁ ଅଧିକ ପ୍ରବାସୀ ଓଡ଼ିଆ ଏବଂ ଭାରତୀୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ସମସ୍ତଙ୍କ ସହଯୋଗ ପାଇଁ ପ୍ରଶଂସା କରିଥିଲେ ଆୟୋଜକମାନେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.