ଟିକାକରଣ ନୀତିରେ ପରିବର୍ତ୍ତନ ନେଇ ପୁଣି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ

କେନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରର ଟିକାକରଣ ନୀତିରେ ପରିବର୍ତ୍ତନ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। କେନ୍ଦ୍ରର ପରିବର୍ତ୍ତିତ ନୀତି ଅନୁଯାୟୀ ଘରୋଇ ଡାକ୍ତରଖାନା ଗୁଡ଼ିକ ଟିକା କଂପାନୀ ଠାରୁ ସିଧାସଳଖ ୨୫ ପ୍ରତିଶତ ଟିକା କିଣିପାରିବେ। ରାଜ୍ୟର ସାତଟି ଘରୋଇ ହସ୍‌ପିଟାଲ ଟିକା କିଣିଛନ୍ତି। ରାଜ୍ୟର ଲୋକସଂଖ୍ୟା ଅନୁସାରେ ଘରୋଇ ହସ୍‌ପିଟାଲ ସଂଖ୍ୟା ଯଥେଷ୍ଟ କମ୍‌।

ଏଭଳି ପରିସ୍ଥିତିରେ ଟିକାକରଣକୁ ବ୍ୟାପକ କରିବାକୁ ରାଜ୍ୟ ସରକାରଙ୍କୁ ଯଥେଷ୍ଟ ଟିକାର ଆବଶ୍ୟକତା ରହିଛି। ତେଣୁ ରାଜ୍ୟ ଓ ଘରୋଇ ଡାକ୍ତରଖାନାକୁ ୭୫ ଅନୁପାତ ୨୫ରେ ଟିକା ନଯୋଗାଇ ୯୫ ଅନୁପାତ ୫ରେ ଟିକା ଯୋଗାଣ ପାଇଁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଥିବା କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। .ରାଜ୍ୟରେ ଏବେ ଜୋରଦାର କୋଭିଡ ଟିକାକରଣ ଚାଲିଛି । ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । କେନ୍ଦ୍ର ସଠିକ ସମୟରେ ଟିକା ଯୋଗାଇଦେଲେ ଠିକ ସମୟରେ ସମସ୍ତଙ୍କୁ ଟିକାକରଣ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.