Below header

ବାହାରିନ୍‌ ଭାରତୀୟ ଦୂତାବାସ ପକ୍ଷରୁ ଅନୁଷ୍ଠିତ ହେଲା ଇଣ୍ଡିଆନ୍‌ କମ୍ୟୁନିଟି ରିଲିଫ ଫଣ୍ଡ କାର୍ଯ୍ୟକ୍ରମ ସ୍ପେକ୍ଟ୍ରା ୨୦୧୯, ଓଡ଼ିଆ ସମଜାର ଷ୍ଟଲ ହେଲା ଶ୍ରେଷ୍ଠ ବିବେଚିତ

କେନ୍ୟୁଜ୍(ବ୍ୟୁରୋ):  ବାହାରିନ୍‌ ଭାରତୀୟ ଦୂତାବାସ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଇଣ୍ଡିଆନ୍‌ କମ୍ୟୁନିଟି ରିଲିଫ ଫଣ୍ଡ କାର୍ଯ୍ୟକ୍ରମ ସ୍ପେକ୍ଟ୍ରା ୨୦୧୯ । ୧୩ ଡିସେମ୍ବରରେ ଅନୁଷ୍ଠିତ ହୋଇଥିଲା କାର୍ଯ୍ୟକ୍ରମ। ଏଥିରେ ଭାଗ ନେଇଥିବା ବାହାରିନ ଓଡ଼ିଆ ସମଜାର ଷ୍ଟଲ ଶ୍ରେଷ୍ଠ ବିବେଚିତ ହୋଇଛି। ୨୦୧୮ରେ ମଧ୍ୟ ଆୟୋଜିତ କାର୍ଯ୍ୟକ୍ରମରେ ବାହାରିନ ଓଡ଼ିଆ ସମଜାର ଷ୍ଟଲ ଶ୍ରେଷ୍ଠ ବିବେଚିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ବାହାରିନ୍‌ ଏକ୍‌ଜିବିସନ ସେଣ୍ଟରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବାହାରିନ ସହ ପ୍ରାୟ ୬୦ଟି ଦେଶର ଷ୍ଟଲ ଲାଗିଥିଲା। ବାହାରିନ ଓଡ଼ିଆ ସମଜାର କନ୍‌ସେପ୍ଟ ଥିଲା ଗୋ ଗ୍ରୀନ, ସେଭ ଏନ୍‌ଭରନ୍‌ମେଣ୍ଟ ଏବଂ ମେଡ୍‌ ଇନ୍‌ ଓଡ଼ିଶା। ଏହି କାର୍ଯ୍ୟକ୍ରରେ ବିଶ୍ୱ ସମୁଦାୟ ଜଗନ୍ନାଥ ସଂସ୍କୃତି ସହ ଓଡ଼ିଶା ତିଆରି ସାମଗ୍ରୀର ଝଲକ ଦେଖିବାକୁ ପାଇଥିଲେ। ଷ୍ଟଲରେ ଓଡ଼ିଶାର ହସ୍ତତନ୍ତ ଓ ହସ୍ତ ଶିଳ୍ପ ପ୍ରଦର୍ଶୀତ ହୋଇଥିଲେ। ଏହାସହ ଓଡ଼ିଆ ପୀଠାପଣାର ମହକ ପାଇଥିଲେ ବିଶ୍ୱବାସୀ। ଓଡିଆ ପାରମ୍ପରିକର ନୃତ୍ୟଗୀତ ପରିବେଷଣ କରିଥିଲେ ଓଡ଼ିଆ ମହିଳା। ଯାହାକୁ ବେଶ ପସନ୍ଦ କରିଥିଲେ ଦର୍ଶକ। ଏହି କାର୍ଯ୍ୟକ୍ରମରେ ବିଦେଶରୁ ଅନେକ ଲୋକ ଓଡ଼ିଶା ସମାଗ୍ରୀ କିଣିବାକୁ ଆଗ୍ରହ ଦେଖାଇ ଥିଲେ। ଏ ସମ୍ପର୍କରେ ବାହାରିନ ଓଡ଼ିଆ ସମାଜ ତରଫରୁ ଓଡ଼ିଶା ସରକାରଙ୍କୁ ଅବଗତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.