ଭାରତ ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ୍‌କୁ ମଝିରେ ଆଉ ମାତ୍ର ୩ ଦିନ, କମିଶନରେଟ୍‌ ପୋଲିସ ତରଫରୁ କରାଗଲା ରିହରସାଲ୍‌

କେନ୍ୟୁଜ୍(ବ୍ୟୁରୋ):ଭାରତ ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ କ୍ରିକେଟ ମ୍ୟାଚ୍‌କୁ ମଝିରେ ଆଉ ମାତ୍ର ୩ ଦିନ। କ୍ରିକେଟପ୍ରେମୀଙ୍କ ଭିତରେ ଫିଭର୍‌ ବଢୁଥିବା ବେଳେ ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ଦୁଇ ଦେଶର ଖେଳାଳି। ଭୁବନେଶ୍ୱରର ମେ’ ଫେୟାର ରହିବେ। ଏଠାରୁ ମ୍ୟାଚ୍‌ ଖେଳିବା ପାଇଁ ଯିବେ କଟକ । ତାପୂର୍ବରୁ ଆଜି ସୁରକ୍ଷା ବ୍ୟବସ୍ଥାର ରିହରସାଲ୍‌ କରିଥିଲା କମିଶନରେଟ୍‌ ପୋଲିସ। ପ୍ରଥମେ ଏୟାରପୋର୍ଟରୁ ବାହାରି ହୋଟେଲ ମେ ଫେୟାର ଏବଂ ମେ ଫେୟାରରୁ ବାରବାଟୀ ପର୍ଯ୍ୟନ୍ତ ରିହରଲସଲ କରାଯାଇଥିଲା। ଖେଳାଳିଙ୍କୁ ସ୍ୱାଗତ କରିବାକୁ ମେ ଫେୟାର ହୋଟେଲରେ ସମସ୍ତ ପ୍ରସ୍ତୁତି ସରିଛି। ସୁରକ୍ଷା ପାଇଁ ହୋଟେଲ ବାହାରେ ପୋଲିସ କର୍ମଚାରୀ ସଜାଗ ଅଛନ୍ତି। ଉଭୟ ଦଳର ଖେଳାଳି ରହିବା ପାଇଁ ୮୫ଟି ରୁମ୍‌କୁ ବୁକ୍‌ କରାଯାଇଛି। ଖେଳାଳିଙ୍କ ପାଇଁ ମନପସନ୍ଦର ଖାଦ୍ୟ ସହ ଜିମ୍‌ ଓ ସୁଇମିଙ୍ଗ୍‌ ପୁଲ୍‌ର ସୁବିଧା ମଧ୍ୟ ଯୋଗାଇ ଦିଆଯିବ। କାଲି ବଛା ବଛା ରୋଷେୟା ଆସି ମେ ଫେୟାର୍‌ ହୋଟେଲ ପହଞ୍ଚିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.