ଅଯୋଧ୍ୟା ରାମ ମନ୍ଦିର ପାଇଁ ପ୍ରତିମା ନିର୍ମାଣ କରି ପାରନ୍ତି ଓଡ଼ିଶା ଶିଳ୍ପୀ

ଭୁବନେଶ୍ୱର : ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଆସନ୍ତା ବର୍ଷ ବା ୨୦୨୪ ଜାନୁଆରୀ ମାସରେ ଏହାର ପ୍ରତିଷ୍ଠା ଉତ୍ସବ ପାଳନ ନେଇ ସେ ଆଶାବାଦୀ ଅଛନ୍ତି ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପ୍ରକାଶ କରିଛନ୍ତି । ତେଣୁ ମନ୍ଦିରରେ ପ୍ରତିମା ସ୍ଥାପନ ପାଇଁ କେଉଁଠୁ ଶିଳ୍ପୀ ଆସିବେ ସେ ନେଇ ବିଚାର ବିମର୍ଶ ଚାଲିଛି ।

ଏ ମଧ୍ୟରେ ଦେଶର ବରିଷ୍ଠ ଶିଳ୍ପୀମାନଙ୍କୁ ସେମାନଙ୍କ ଦ୍ୱାରା ନିର୍ମିତ ରାମ ଲଲାଙ୍କ ପ୍ରତିମାର ମଡେଲ ପଠାଇବା ପାଇଁ ରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ କହିଛି । ଟ୍ରଷ୍ଟ ପ୍ରତିମା ନିର୍ମାଣ ପାଇଁ ପଥର ଓ ଭଗବାନଙ୍କ ପ୍ରତିମାର ମଡେଲକୁ ଅନୁମୋଦନ କରିବ ।

ପ୍ରାପ୍ତ ସୂଚନା ଅନୁସାରେ ଏହି ଶିଳ୍ପୀମାନଙ୍କ ମଧ୍ୟରେ ଓଡ଼ିଶାରୁ ସୁଦର୍ଶନ ସାହୁ ଓ ବାସୁଦେବ କାମାଥ, କର୍ଣ୍ଣାଟକରୁ କେଭି ମାନିଆ ଓ ପୁନେର ଶସ୍ତ୍ରାୟଜୟ ଦେଉଲକର ୯ ରୁ ୧୨ ଇଞ୍ଚ ମଧ୍ୟରେ ପ୍ରତିମାଙ୍କ ମଡେଲ ପଠାଇବେ ବୋଲି ଜଣାଯାଇଛି ।

ତେବେ ଓଡ଼ିଶା, ମହାରାଷ୍ଟ୍ର ଓ କର୍ଣ୍ଣାଟକର ପଥରକୁ ରାମ ଲଲାଙ୍କ ପ୍ରତିମା ନିର୍ମାଣ ପାଇଁ ମନୋନୀତ କରାଯାଇଛି ବୋଲି ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ପ୍ରକାଶ କରିଛନ୍ତି । ଭଗବାନଙ୍କ ମଡେଲ ମନୋନୀତ ପରେ ଟ୍ରଷ୍ଟ ପଥର ମନୋନୀତ କରିବ ବୋଲି ପ୍ରକାଶ କରିଛି ।

ପ୍ରତିମାଙ୍କ ଉଚ୍ଚତା ୮.୫ ଫୁଟରୁ ୯ ଫୁଟ ମଧ୍ୟରେ କରାଯିବ, ଯେପରି କି ସୂର୍ଯ୍ୟଙ୍କ କିରଣ ପ୍ରତିମାଙ୍କ ଉପରେ ପଡିପାରିବ । ଟ୍ରଷ୍ଟ ଦକ୍ଷ ସ୍ଥପତିକାରଙ୍କୁ ନେଇ ରାମ ମନ୍ଦିର ନିର୍ମାଣରେ ଏପରି କୌଶଳ ଅବଲମ୍ବନ କରିଛନ୍ତି, ଯେପରି ରାମ ଲଲାଙ୍କ ଜନ୍ମ ଦିନ ରାମନବମୀ ଦିନ ୧୨ ଟା ବେଳେ ରାମ ଲଲାଙ୍କ ମୁଣ୍ଡରେ ସୂର୍ଯ୍ୟଙ୍କ କିରଣ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.