ଓମିକ୍ରନର ନୂଆ ତଥ୍ୟ: ମଣିଷ ଶରୀରର ଶ୍ୱାସନଳୀରେ ୭୦ ଗୁଣା ଦ୍ରୁତ ଗତିରେ କରୁଛି ସଂକ୍ରମଣ, ସତର୍କ କରାଇଲା WHO

ନୂଆଦିଲ୍ଲୀ : ଓମିକ୍ରନ ସଂପର୍କରେ ନୂଆ ତଥ୍ୟ । ମଣିଷ ଶରୀରର ଶ୍ୱାସନଳୀରେ ୭୦ ଗୁଣା ଦ୍ରୁତ ଗତିରେ କରୁଛି କରୁଛି ଓମିକ୍ରନ । ହଂକଂର ଏକ ଷ୍ଟଡିରୁ ଏହି ତଥ୍ୟ ମିଳିଛି । ଗବେଷଣାରୁ ଜଣାପଡ଼ିଛି ଯେ, ଓମିକ୍ରନ ସଂକ୍ରମଣର ୨୪ ଘଣ୍ଟା ପରେ ଏହା ଶ୍ୱାସନଳୀରେ ଦ୍ରୁତ ଗତିରେ ନିଜର ପ୍ରତିରୂପ ସୃଷ୍ଟି କରୁଛି । ମୂଳ କରୋନା ଭାଇରସ ଷ୍ଟ୍ରେନ ଓ ଡେଲଟା ଭାରିଆଣ୍ଟ ଠାରୁ ମଣିଷ ଶରୀରରେ ୭୦ ଗୁଣା ଦ୍ରୁତ ଗତିରେ ନିଜର ପ୍ରତିରୂପ ସୃଷ୍ଟି କରୁଛି ଓମିକ୍ରନ ।

ସେହିପରି ଫୁସଫୁସରେ ମୂଳ କରୋନା ଷ୍ଟ୍ରେନ ଅପେକ୍ଷା ୧୦ ଗୁଣା ବେଗରେ ନିଜର ପ୍ରତିରୂପ ସୃଷ୍ଟି କରୁଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ୭୭ ଦେଶକୁ ବ୍ୟାପିଲାଣି ଓମିକ୍ରନ । ବ୍ରିଟେନରେ ଓମିକ୍ରନ ଏମର୍ଜନ୍‌ସୀ ଜାରି ହୋଇଥିବା ବେଳେ ଦିନକରେ ସର୍ବାଧିକ ୭୮ହଜାର ୬୧୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଭାରତରେ ଆଉ ୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭାରତରେ ଏଯାଏ ୭୭ ଓମିକ୍ରନ କେସ୍‌ ବାହାରିଲାଣି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି, ଓମିକ୍ରନ ଆକ୍ରାନ୍ତଙ୍କ ଅଧିକ ଗୁରୁତର ହେଉନାହାନ୍ତି, ମାତ୍ର ସଂକ୍ରମଣ ହାର ଯେପରି ବଢୁଛି ଖୁବ୍‌ ଶୀଘ୍ର ମେଡ଼ିକାଲ ଓ ଆଇସିୟୁ ବେଡ଼ର ଅଭାବ ଦେଖାଯିବ। ବହୁ ଦେଶରେ ଏବେ ବି ଲୋକ ଭ୍ୟାକ୍ସିନ ନେଇନାହାନ୍ତି। ସେମାନଙ୍କ ପ୍ରତି ବିପଦ ଅଧିକ ବଢିଯାଇଛି। ଶିଶୁ ମାନଙ୍କ ପ୍ରତି ବିପଦ ବଢ଼ୁଥିବା କହିଛନ୍ତି WHO ସିନିଅର ଏକ୍ପପର୍ଟ ମାରିଆ ଭାନ୍‌ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.