କାବୁଲ ସେନା ହସପିଟାଲ ବିସ୍ଫୋରଣରେ ତାଲିବାନ ସେନାର ଜଣେ ଶୀର୍ଷ କମାଣ୍ଡର ମୃତ

କାବୁଲ ସେନା ହସପିଟାଲ ବିସ୍ଫୋରଣରେ ତାଲିବାନ ସେନାର ଜଣେ ଶୀର୍ଷ କମାଣ୍ଡର ମୃତ। ହକ୍କାନୀ ନେଟୱର୍କ ନେତା ଓ ବଦ୍ରି କର୍ପସ ସ୍ପେଶାଲ ଫୋର୍ସ ଅଧିକାରୀ ହମ୍‌ଦୁଲ୍ଲାହ ମୋଖଲିସ ନିହତ ହୋଇଥିବା ସୂଚନା ମିଳିଛି। ତାଲିବାନର କାବୁଲ ଦଖଲ ପରେ କୌଣସି ଶୀର୍ଷ ନେତା ପ୍ରାଣ ହରାଇଛନ୍ତି। ସେନା ହସପିଟାଲରେ ବୋମା ବିସ୍ଫୋରଣ ଖବର ମିିଳିବା ପରେ ସେ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ବୋମା

ବିସ୍ଫୋରଣରେ ତାଙ୍କର ମୃତ୍ୟୁ ଘଟିଥିବା ତାଲିବାନ ପକ୍ଷରୁ କୁହାଯାଇଛି। ଏହି ଆକ୍ରମଣ ପାଇଁ ଆଇଏସ ନିଜକୁ ଦାୟୀ କରିଛି। ଗତକାଲି କାବୁଲର ସେନା ହସପିଟାଲରେ ତାଲିବାନ ବିରୋଧୀ ଇସଲାମିକ ଷ୍ଟେଟର ଖୋରାସାନ ଆକ୍ରମଣ କରିଥିଲା। ଗତକାଲି ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୧୯ଜଣଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.