Below header

ଏବେ ଆକାଶରେ ଉଡ଼ି ଶତ୍ରୁଙ୍କୁ ଧୂଳି ଚଟାଇବେ ସେନାର ଯବାନ, ସୈନିକଙ୍କ ପାଇଁ ପ୍ରସ୍ତୁତ ହେଲା ସ୍ପେଶାଲ ଜେଟ୍‌ ସୁଟ୍‌

ବିଜ୍ଞାନରେ ସୃଜନ ଓ ସଂହାର ଦୁଇଟି ଯାକର ଶକ୍ତି ନିହିତ ଅଛି। ଏହାର ଚମତ୍କାରିତା ସାଧାରଣ ମଣିଷର ଜୀବନକୁ କେବଳ ଯେ ସହଜ ବନାଇଛି ତାହା ନୁହେଁ, ବରଂ ସୈନିକମାନଙ୍କୁ ମଧ୍ୟ ନୂଆ ଶକ୍ତି ପ୍ରଦାନ କରିଛି। ଏହି କ୍ରମରେ ବର୍ତ୍ତମାନ ପାରାଟ୍ରୁପର୍ସ ଜରିଆରେ ଶତ୍ରୁମାନଙ୍କୁ ସଂହାର କରିବା ଅତୀତ ଯୁଗର କଥା ହେବାକୁ ଯାଉଛି। କାହିଁକିନା, ଏବେ ସୈନିକମାନଙ୍କୁ ସ୍ୱତନ୍ତ୍ର ଜେଟ୍‌ ସୁଟ୍‌ ଦେଇ ବାସ୍ତବ ଜୀବନର ‘ଲୌହ ମାନବ’ କରିବାକୁ ପ୍ରସ୍ତୁତି ଚାଲିଛି। ସଶସ୍ତ୍ର ବାହିନୀ ଖାସ୍‌ କରି ନୌସେନା ପାଇଁ ପ୍ରସ୍ତୁତ ହୋଇଥିବା ଏହି ସ୍ପେଶାଲ ସୁଟ୍‌କୁ ତିଆରି କରିବାର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ଆବଶ୍ୟକ ପଡ଼ିଲେ ଏହାକୁ ବିନା କୌଣସି ଶବ୍ଦରେ ଶତ୍ରୁମାନଙ୍କ ଠିକଣାରେ ଲ୍ୟାଣ୍ଡ କରାଯାଇ ପାରିବ। ବ୍ରିଟିଶ ବିଜନେସ୍‌ ମ୍ୟାନ ତଥା ଗ୍ରାଭିଟି ଇଣ୍ଡଷ୍ଟ୍ରୀଜ୍‌ର ସିଇଓ ରିଚାର୍ଡ ବ୍ରାଉନିଙ୍ଗ୍‌ ‘ଆର୍ମି ପିପୁଲ୍‌ କନ୍‌ଫେରେନ୍ସ’ରେ ଏହି ଅତ୍ୟାଧୁନିକ ଟେକ୍ନୋଲୋଜିରେ ଭରା ଜେଟ୍‌ ସୁଟ୍‌ର ପ୍ରଦର୍ଶନ କରିଥିଲେ। ନିଜର ସାମର୍ଥ୍ୟ ପ୍ରଦର୍ଶନ ବେଳେ ଜେଟ୍‌ ସୁଟ୍‌ର ସ୍ୱତନ୍ତ୍ରତାକୁ ଦେଖି ଉପସ୍ଥିତ ବରିଷ୍ଠ ସେନା ଅଧିକାରୀ ଓ କମାଣ୍ଡର ବହୁତ ଉତ୍ସାହିତ ହୋଇ ପଡ଼ିଥିଲେ।

ଫାର୍ନବରୋଁରେ ଯେଉଁ ଜେଟ୍‌ ସୁଟ୍‌ର ପ୍ରଦର୍ଶନ ହୋଇଥିଲା, ତାହାର ଖାସିୟତ ହେଉଛି, ଏଥିରେ ୫ ଗ୍ୟାସ୍‌ ଟର୍ବାଇନ ସଂଲଗ୍ନ ରହିଛି, ଯାହା ସାହାଯ୍ୟରେ ୧୨,୦୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ାଣ ଭରାଯାଇ ପାରିବ। ଏହାକୁ ପିନ୍ଧିଥିବା ସୈନିକ ପ୍ରତି ଘଣ୍ଟା ୮୦ ମାଇଲ୍‌ ବେଗରେ ଉଡ଼ି କୌଣସି ବି ଯୁଦ୍ଧ କ୍ଷେତ୍ରରେ ପହଞ୍ଚି ପାରିବେ। କନ୍‌ଫେରେନ୍ସରେ ବ୍ରାଉନିଙ୍ଗ୍‌ ପ୍ରଦର୍ଶନ କରିଥିବା ଉଡ଼ାଣ ମେଶିନକୁ ତାଙ୍କ ଫର୍ମ ‘ଓ୍ଵାର୍ଲ୍ଡ ଫାର୍ଷ୍ଟ’ ନାମ ଦେଇଛି। ବ୍ରାଉନିଙ୍ଗ୍‌ ଏହି ସୁଟ୍‌ ପିନ୍ଧି କିଛି ଦୂରରେ ଛିଡ଼ା ହୋଇଥିବା ଜିପ୍‌ର ହୁଡ୍‌ ଏବଂ ଟ୍ରକ୍‌ର ଛାତ ଉପରେ ଓହ୍ଲାଇଥିଲେ। ସେହିପରି ସେନା ଇଭେଣ୍ଟରେ ଯୋଗ ଦେଇଥିବା ଦର୍ଶକ ଭରପୂର ବାଲକୋନୀରେ ମଧ୍ୟ ସେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଲୋକେ ଜେଟ୍‌ ମ୍ୟାନ୍‌ ସହିତ ଖୁବ୍‌ ଫଟୋ ଉଠାଇଥିଲେ।

ଅନେକ ବର୍ଷରୁ ଜାରି ଥିଲା କାମ

ଏହା ପ୍ରଥମ ମଉକା ନୁହେଁ ଯେ ସିଇଓ ବ୍ରାଉନିଙ୍ଗ୍‌ ବ୍ରିଟିଶ ସଶସ୍ତ୍ର ବଳ ପାଇଁ ବନା ଯାଇଥିବା ଏହି ପ୍ରଡକ୍ଟକୁ ପ୍ରଦର୍ଶିତ କରିଛନ୍ତି। ପ୍ରଡକ୍ଟ ତିଆରି ପାଇଁ ଅନେକ ବର୍ଷ ଧରି ପ୍ରସ୍ତୁତି ଚାଲିଥିଲା। ବ୍ରିଟିଶ ନୌସେନା ପାଇଁ ପ୍ରସ୍ତୁତ ଏହି ଜେଟ୍‌ ସୁଟର ନିର୍ମାଣ ଗ୍ରାଭିଟି ଇଣ୍ଡଷ୍ଟ୍ରୀର ସହଯୋଗରେ ପେଟ୍ରୋଲ ଭେସେଲ୍‌ HMS Tamar କରିଛି। ଏଥିପାଇଁ ଅନେକ ପରୀକ୍ଷାମୂଳକ ଉଡ଼ାଣର ଆୟୋଜନ ହୋଇଥିଲା। ନୌସେନାର ଅଧିକାରୀମାନେ ଜାଣିବାକୁ ଚାହୁଁଥିଲେ କି, ଏହି ଫର୍ମର ଜେଟ୍‌ ସୁଟ୍‌କୁ କ’ଣ ଭବିଷ୍ୟତରେ ସୈନ୍ୟ ଅଭିଯାନ ଉପରେ ଉପଯୋଗ କରାଯାଇ ପାରିବ? ତେବେ ବର୍ଷ ୨୦୧୯ରେ ବ୍ରାଉନିଙ୍ଗ୍‌ ଏଚ୍‌ଏମ୍‌ଏସ୍‌ ରାଣୀ ଏଲିଜାବେଥ୍‌ଙ୍କ ଚାରିପାଖରେ ଏକ ଟେଷ୍ଟ ପ୍ଲାଇଟ୍‌ ପୂରା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.