ପ୍ରେସର କୁକରରେ ପଶିଗଲା ଶିଶୁର ମୁଣ୍ଡ, ଡାକ୍ତର ଫେଲ୍‌ ହେଲା ପରେ ଏମିତି କଲେ ବାହାର

ଗୁଜୁରାଟ ଭାବନଗର ଜିଲ୍ଲାରେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି ଯାହାକୁ ଦେଖିଲେ ଆପଣ ବି ଚିନ୍ତାରେ ପଡ଼ିଯିବେ । ଏଠାରେ ଜଣେ ଶିଶୁର ମୁଣ୍ଡ ପ୍ରେସର କୁକରରେ ପଶିଯିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଯାଇଥିଲେ । ଫଳରେ ଶିଶୁଟିକୁ ମେଡିକାଲ ନେବାକୁ ପଡ଼ିଥିଲା ।

pressure cooker.JPG-0

ପରିସ୍ଥିତି ଶେଷରେ ଏପରି ହେଲା ଯେ ଶିଶୁଟିକୁ ଅକ୍ସିଜେନ୍‌ ଲଗାଇ ପ୍ରେସର କୁକର କାଟିବାକୁ ପଡ଼ିଥିଲା । ଏହି ଘଟଣା ହେଉଛି ଭାବନଗର ପିରଛଲ୍ଲା ଅଞ୍ଚଳର । ଏଠାରେ ଖେଳ ଖେଳରେ ଜଣେ ବର୍ଷକର ଶିଶୁର ମୁଣ୍ଡରେ ପ୍ରେସର କୁକର ପଶିଯାଇଥିଲା ।

pressure cooker.JPG-2JPG

ହେଲେ ବହୁ ଚେଷ୍ଟାରେ ମୁଣ୍ଡରୁ ଆଉ କୁକର ବାହାରିଲା ନାହିଁ । ଶେଷରେ ଶିଶୁଟିକୁ ମେଡିକାଲ୍‌ରେ ଭର୍ତ୍ତି କରିବାକୁ ପଡ଼ିଲା । ଡାକ୍ତରମାନେ ବହୁ ଚେଷ୍ଟା କରିବା ପରେ ମଧ୍ୟ ମୁଣ୍ଡରୁ କୁକୁର କାଢ଼ି ପାରିଲେ ନାହିଁ । ୪୫ ମିନିଟ୍‌ ଚେଷ୍ଟା କରିବା ପରେ କୁକର ନ ବାହାରିବାରୁ କଟର ଆଣିବାକୁ ପଡିଥିଲା ।

pressure cooker.JPG-1JPG

ଶେଷରେ କଟର ଦ୍ୱାରା କୁକର କାଟି ଶିଶୁର ମୁଣ୍ଡ ବାହାର କରାଯାଇଥିଲା । କୁକର ଆଘାତ ଲାଗି ଶିଶୁର ମୁଣ୍ଡ ସାମନ୍ୟ କଟି ଯାଇଥିବାରୁ କିଛି ସମୟ ପାଇଁ ମେଡିକାଲରେ ଶିଶୁକୁ ରଖାଯାଇଛି । ସୁସ୍ଥ ହେବ ପରେ ଶିଶୁଟିକୁ ଡିସ୍‌ଚାର୍ଜ କରାଯିବ ବୋଲି ମେଡିକାଲ ପକ୍ଷରୁ କୁହାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.