ଚିକେନ୍‌ ବରାବର ମୂଲ୍ୟରେ ପହଞ୍ଚିଲା ପିଆଜ, କୋଲକାତାରେ କିଲୋ ୧୫୦ ଟଙ୍କା!

ଦେଶର ଅନେକ ବଡ଼ ବଡ଼ ସହରରେ ପିଆଜ ମୂଲ୍ୟ ଚିକେନ୍‌ ବରାବର ମୂଲ୍ୟରେ ପହଞ୍ଚିଯିବାର ସମ୍ଭାବନା ରହିଛି। ଖୁବ୍‌ଶୀଘ୍ର ଏହାର ମୂଲ୍ୟ ୧୫୦ ଟଙ୍କା ପାର୍‌ ହୋଇଯାଇପାରେ। କାରଣ, ହୋଲ୍‌ସେଲ ମୂଲ୍ୟ ଏବେ ୧୩୫ ଟଙ୍କା ହୋଇସାରିଛି। ସେପଟେ ଅନ୍‌ଲାଇନ ଗ୍ରୋସରୀ ବିକ୍ରି କରୁଥିବା କମ୍ପାନୀଗୁଡ଼ିକ ପିଆଜକୁ ଖୁବ୍‌ ଶସ୍ତା ମୂଲ୍ୟରେ ବିକ୍ରି କରୁଛନ୍ତି। ଚିକେନ୍‌ ମୂଲ୍ୟ ବଜାରରେ ଏବେ ୧୬୦ ଟଙ୍କା ପାଖାପାଖି ରହିଛି।

ଏହାସହ ପଢ଼ନ୍ତୁ: ପରିଶ୍ରମ କେବେ ବୃଥା ଯାଏନା, କାର୍‌ କିଣିବାକୁୁ ଦୈନିକ ୨୨ କିଲୋମିଟର ଚାଲୁଥିବା ଯୁବତୀଙ୍କୁ ଗିଫ୍ଟରେ ମିଳିଲା କାର୍‌

ଉପଭୋକ୍ତା ମନ୍ତ୍ରାଳୟ ହ୍ରାସ କଲା ଷ୍ଟକ୍‌ ଲିମିଟ୍‌

ଉପଭୋକ୍ତା ମନ୍ତ୍ରାଳୟ ତତ୍କାଳ ପ୍ରଭାବରୁ ପିଆଜ ବିକ୍ରି କରୁଥିବା ଖୁଚୁରା ଏବଂ ହୋଲ୍‌ସେଲ ବେପାରୀମାନଙ୍କ ପାଇଁ ଷ୍ଟକ୍‌ ଲିମିଟ୍‌କୁ ହ୍ରାସ କରିଦେଇଛି। ଏବେ ହୋଲ୍‌ସେଲ ବେପାରୀ ୨୫ ଟନ୍‌ ଏବଂ ଖୁଚୁରା ବେପାରୀ ୫ ଟନ୍‌ରୁ ଅଧିକ ପିଆଜ ରଖିପାରିବେ ନାହିଁ।

pi1

ଏହି ସହରରେ ପିଆଜ କିଲୋ ୧୩୦ ଟଙ୍କା!

ଅନେକ ସହରରେ ପିଆଜର ଖୁଚୁରା ମୂଲ୍ୟ ୧୩୦ ଟଙ୍କା ପାର୍‌ ହୋଇସାରିଛି। ଦିଲ୍ଲୀ, କୋଲକାତା, ଚେନ୍ନାଇ, ମୁମ୍ବାଇ, ପୁଣେ ଏବଂ ଓଡ଼ିଶାରେ ଏହି ଦାମ୍‌ରେ ପିଆଜ ବିକ୍ରି ହେଉଛି। ସେଠି ଦେଶର ଅନ୍ୟ ସହରରେ ପ୍ରତି କିଲୋ ୯୦ରୁ ୧୦୦ ଟଙ୍କା ମୂଲ୍ୟରେ ପିଆଜ ମିଳୁଛି।

ଏହାସହ ପଢ଼ନ୍ତୁ: କର୍ମଚାରୀଙ୍କୁ ଅଫର୍‌ ଦେଲା ଜାପାନୀ କମ୍ପାନୀ, ‘ସିଗାରେଟ୍‌ ଛାଡ଼, ୬ ଦିନ ବୈତନିକ ଛୁଟି ନିଅ’

ବିଗିଡ଼ିଲା ରୋଷେଇ ବଜେଟ୍‌

ପିଆଜ ଦାମ୍‌ ସାଧାରଣ ରୋଷେଇ ଘରଠାରୁ ଆରମ୍ଭ କରି ଛୋଟବଡ଼ ରେଷ୍ଟୁରାଣ୍ଟ ଏବଂ ହୋଟେଲରେ ମଧ୍ୟ ପ୍ରଭାବ ପକାଇଛି। ରେଷ୍ଟୁରାଣ୍ଟ, ଢାବା ଏବଂ ଅଫିସ୍‌ କ୍ୟାଣ୍ଟିନ୍‌ରେ ଏବେ ସାଲାଡ୍‌ରେ ମୂଳା ଓ କାକୁଡ଼ି ଦିଆଯାଉଛି। ନାସିକ୍‌ ମଣ୍ଡିରେ ପିଆଜର ହୋଲ୍‌ସେଲ ମୂଲ୍ୟ କିଲୋ ପ୍ରତି ୧୩୫ ଟଙ୍କା ରହିଛି। ତେବେ କେତେକ ଜାଗାରେ ରାଜ୍ୟ ସରକାର, ନାଫେଡ୍‌, ମଦର ଡାଏରୀ ସଫଲ ଭଳି ସଂସ୍ଥାଗୁଡ଼ିକ ପ୍ରତି କିଲୋ ୨୪ରୁ ୬୦ ଟଙ୍କା ମୂଲ୍ୟରେ ପିଆଜ ବିକ୍ରି କରୁଛନ୍ତି।

pi2

ଅନ୍‌ଲାଇନରେ ପିଆଜ ଦାମ୍‌ ୭୯ରୁ ୯୮ ଟଙ୍କା

ଅନ୍‌ଲାଇନ ଗ୍ରୋସରୀ ପ୍ଲାଟ୍‌ଫର୍ମରେ ପିଆଜ ପ୍ରତି କିଲୋ ୭୯ରୁ ୯୮ ଟଙ୍କା ମୂଲ୍ୟରେ ବିକ୍ରି ହେଉଛି। ସେପଟେ କିଛି କମ୍ପାନୀ ୨୪୬ ଟଙ୍କାରେ ଦୁଇ କିଲୋ ଆଳୁ, ୧ କିଲୋ ଟମାଟର ଏବଂ ଦୁଇ କିଲୋ ପିଆଜ ବିକ୍ରି କରୁଛନ୍ତି।

ଏହାସହ ପଢ଼ନ୍ତୁ: ୧୬ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ନାସା ଫଟୋରୁ ବିକ୍ରମକୁ ଠାବ କଲେ ଏହି ଭାରତୀୟ ଇଞ୍ଜିନିୟର

କାହିଁକି ବଢ଼ିଲା ପିଆଜ ମୂଲ୍ୟ?

ଚଳିତବର୍ଷ ମେ ମାସରୁ ପିଆଜ ମୂଲ୍ୟ ଲଗାତାର ଭାବେ ବଢ଼ିଚାଲିଛି। ଗତବର୍ଷ ପିଆଜ ଉତ୍ପାଦନ ଖୁବ୍‌ କମ୍‌ ହୋଇଥିଲା। ଏଥିପାଇଁ ଏଥିରେ ଅଭାବ ପରିଲକ୍ଷିତ ହୋଇଛି। ଅଦିନିଆ ବର୍ଷା ଯୋଗୁ ପିଆଜ ଫସଲ ପ୍ରଭାବିତ ହୋଇଛି।

pi4

ଲାସଲଗାଁବର କୃଷି ଉପଜ ବିପ୍ପଣନ ସମିତି(ଏପିଏମ୍‌ସି) ଅଧ୍ୟକ୍ଷ ଜୟଦତ୍ତ ହୋଲ୍‌କର କୁହନ୍ତି, ଅକ୍ଟୋବର ଏବଂ ନଭେମ୍ବରରେ ଅଦିନିଆ ବର୍ଷା ହୋଇଥିଲା, ଯେଉଁ କାରଣରୁ ଖରିଫ୍‌ ଫସଲକୁ କ୍ଷତି ପହଞ୍ଚିଛି। ବିଶେଷ କରି ଆନ୍ଧ୍ର ପ୍ରଦେଶ ଏବଂ କର୍ନାଟକ ସମେତ ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ଅନେକ କ୍ଷତି ସହିଛନ୍ତି। ସେଥିପାଇଁ ବଜାରରେ ନୂଆ କିସମର ପିଆଜ ଆମଦାନୀ ହୋଇପାରିନାହିଁ।

ଏହାସହ ପଢ଼ନ୍ତୁ: ମଝି ସମୁଦ୍ରରେ ଗ୍ରେଟ୍‌ ହ୍ଵାଇଟ୍‌ ସାର୍କ ଓ ଗୋଲିୟଥ୍‌ ଫିସ୍‌ ମଧ୍ୟରେ ଘମାଘୋଟ୍‌ ଲଢ଼େଇ, ଦେଖନ୍ତୁ ଲାଇଭ୍‌ ଭିଡିଓ

ମହାରାଷ୍ଟ୍ରରେ ସବୁଠାରୁ ଅଧିକ ପିଆଜ ଚାଷ କରାଯାଇଥାଏ। ଭାରତରେ ପିଆଜର ମୂଳ ଉତ୍ପାଦନର ୩୫ ପ୍ରତିଶତ ମହାରାଷ୍ଟ୍ରରୁ ହିଁ ଆସିଥାଏ। ସେପ୍ଟେମ୍ବର ମାସରୁ ମଧ୍ୟ ପ୍ରଦେଶ, ରାଜସ୍ଥାନ ଏବଂ ଗୁଜରାଟରେ ହେଉଥିବା ଅଦିନିଆ ବର୍ଷାରେ ପିଆଜ ଫସଲ କ୍ଷତିଗ୍ରସ୍ଥ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.