Below header

ଆଫଗାନିସ୍ତାନ ଓ ତୁର୍କୀରୁ ଆମଦାନୀ ପରେ ଦିଲ୍ଲୀରେ ହ୍ରାସ ପାଇଲା ପିଆଜ ଦର

ଦେଶର ରାଜଧାନୀ ଦିଲ୍ଲୀରେ ପିଆଜ ଦର କିଛିଟା କମି ଯାଇଛି । ଆଫଗାନିସ୍ଥାନ ଓ ତୁର୍କୀରୁ ପିଆଜ ମଗାଯିବା ପରେ ଦର ହ୍ରାସ ହୋଇଥିବା ଜଣା ଯାଇଛି । ଦିଲ୍ଲୀ ସ୍ଥିତ ପିଆଜ ଗୋଦାମ ଆସୋସିଏସନ ଅଧ୍ୟକ୍ଷ ରାଜେନ୍ଦ୍ର ଶର୍ମାଙ୍କ କହିବା ମୁତାବକ ବିଦେଶରୁ ଆମଦାନୀ ହୋଇଥିବା ପ୍ରାୟ ୨୪,୦୦୦ ବସ୍ତା ପିଆଜ ସୋମବାର ଆଜାଦପୁର ସ୍ଥିତ ଗୋଦାମ ଘରେ ପହଞ୍ଚିଛି । ପ୍ରତି ବସ୍ତାରେ ୫୫ କିଲୋ ଓଜନର ପିଆଜ ଥିବା ସୂଚନା ମଧ୍ୟ ମିଳିଛି । ଏଣୁ ପୂର୍ବ ବର୍ଷ ତୁଳନାରେ ପିଆଜ ଦର କିଛିଟା ହ୍ରାସ କରାଯାଇଛି । ଅନ୍ୟ ପକ୍ଷରେ କହି ରଖିବା ଉଚିତକି ଆଜାଦପୁର ମଣ୍ଡି ହେଉଛି ଦେଶର ସବୁଠୁ ବଡ ଗୋଦାମ । ଏକ ନ୍ୟୁଜ ଏଜେନ୍ସିକୁ ଦେଉଥିବା ସାକ୍ଷାତକାର ଅବସରରେ ଶ୍ରୀ ଶର୍ମା ଏହା ମଧ୍ୟ କହିଛନ୍ତି କି ଘରୋଇ ଉପଯୋଗ ବ୍ୟତୀତ ଅଧିକ ପ୍ରାୟ ୨୦୦ଟନ ଓଜନର ପିଆଜ ଦିଲ୍ଲୀର ବିଭିନ୍ନ ପରିବା ମଣ୍ଡିରେ ପହଞ୍ଚିଛି । ତେଣୁ ଦିଲ୍ଲୀର ପିଆଜ ଦର ୫୦ ଟଙ୍କାରୁ ୭୫ ଟଙ୍କା ପର୍ଯ୍ୟନ୍ତକୁ ଖସା ଯାଇଛି ।

onion image

ସୂତ୍ର ଅନୁଯାୟୀ ପୂର୍ବ ସପ୍ତାହ ତୁଳନାରେ ଏହି ଦର ୫ ଟଙ୍କା ପର୍ଯ୍ୟନ୍ତ କମିଥିବା ସୂଚନା ମିଳୁଛି । ସୂଚନା ଦେବା ଯୋଗ୍ୟ କି ଦେଶର ପ୍ରାୟ ଅଧିକାଂଶ ସହରରେ ପିଆଜ କିଲୋ ପ୍ରତି ୧୫୦ ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ପହଁଚିଯାଇଥିଲା । ଏଥି ଯୋଗୁଁ ଗରିବ ତଥା ମଧ୍ୟମ ବର୍ଗିୟ ଲୋକଙ୍କ ପାଇଁ ଖାଇବା ତ ଦୂରର କଥା ପିଆଜ ଛୁଇଁବା ବି ଏକ ପ୍ରକାର ମୁସ୍କିଲ ହୋଇଯାଇଛି । ଏମିତିକି ଦେଶର ଅନେକ ସ୍ଥାନରେ ପିଆଜ ଦର ୧୦୦ ପାର କରିଛି । ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା କେନ୍ଦ୍ର ସରକାର ୨୧,୦୦୦ ଟନ ପିଆଜ ଆମଦାନୀ କରିବେ ବୋଲି ଶୁଣା ଯାଉଛି । ଏହା ବାଦ ଏମଏମଟିସି ୧୫,୦୦୦ ଟନ ପିଆଜ ଯୋଗାଣର ୩ଟି ନୂଆ ଟେଣ୍ଡର ଜାରି କରିଛନ୍ତି । ସୁଦୂର ମିଶରରୁ ୬,୦୯୦ ଟନ ଓଜନର ପିଆଜ ଆସନ୍ତା କିଛି ଦିନ ଭିତରେ ଆମଦାନୀ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.