Below header

ଭାରତ ବିରୋଧୀ ମନୋଭାବରୁ ମୁକୁଳୁନି ନେପାଳ, ଉତ୍ତରାଖଣ୍ଡର କଲାପାଣୀ ଓ ଲିପୁଲେଖରେ ଏବେ କରିବ ଜନଗଣନା

ନେପାଳ : ଚୀନ୍‌ କଥାରେ ପରିଚାଳିତ ନେପାଳ ଭାରତ ବିରୋଧୀ କାର୍ଯ୍ୟ କଳାପରୁ ବିରତ ହେଉନାହିଁ । କେତେବେଳେ ଭାରତ ଇଲାକାକୁ ନେଇ ମାନଚିତ୍ର ପ୍ରକାଶ କରୁଛି ତ ପୁଣି କେତେବେଳେ ଭାରତ ଅଞ୍ଚଳରେ ଜନଗଣନା କରିବାକୁ ପ୍ରସ୍ତୁତି କରୁଛି । ଭାରତ ପଡୋଶୀ ରାଷ୍ଟ୍ର ସହ ଭଲ ସମ୍ପର୍କ ରଖିବାକୁ ସର୍ବଦା ଚେଷ୍ଟିତ ଥିବା ବେଳେ ନେପାଳ କିନ୍ତୁ ତା’ର ଶତ୍ରୁତା ଆଚରଣରୁ ଓହରୁ ନାହିଁ । ନିକଟରେ ଉତ୍ତରାଖଣ୍ଡର କଲାପାଣୀ, ଲିପୁଲେଖ ଓ ଲିମ୍ପିୟାଧୁରାକୁ ନିଜ ମାନଚିତ୍ରରେ ସ୍ଥାନ ଦେଇଥିଲା ନେପାଳ ଏବେ ଏଠାରେ ଜନଗଣନା କରିବା ନେଇ ପ୍ରସ୍ତୁତି ଆରମ୍ଭ କରିଛି ।

କେପି ଶର୍ମା ଓଲିଙ୍କ ନେତୃତ୍ୱାଧୀନ ସରକାର ଆସନ୍ତା ବର୍ଷ ମେ ୨୮ରେ ୧୨ତମ ଜନଗଣନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସମୟରେ ଭାରତୀୟ ଅଞ୍ଚଳରେ ମଧ୍ୟ ଜନଗଣନା କରିବା ନେଇ ଓଲି ଲକ୍ଷ୍ୟ ରଖିଛନ୍ତି । ନେପାଳର ସ୍ଥାନୀୟ ଖବର କାଗଜ କାଠମାଣ୍ଡୁ ପୋଷ୍ଟ ଅନୁସାରେ, ଓଲି ସରକାର ଏଥିପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରୁଛନ୍ତି ।

nepal-101

ଏହି ବିବାଦୀୟ ଅଞ୍ଚଳରେ ନେପାଳ ସମସ୍ତ ଘରକୁ ଗଣନା କରିବ । ତେବେ ଏହି ତିନୋଟି ଅଞ୍ଚଳ ହେଉଛି ଭାରତ ଓ ନେପାଳ ମଧ୍ୟରେ ଉପୁଜିଥିବା ବିବାଦର କାରଣ । ପ୍ରଥମେ ନେପାଳ ଏହି ଅଞ୍ଚଳକୁ ନିଜର କହି ମାନଚିତ୍ରରେ ସ୍ଥାନ ଦେଇଥିଲା । ଚୀନ୍ କଥାରେ ପଡ଼ି ନେପାଳ ଏପରି କରୁଥିବା କୁହାଯାଉଛି ।

ଏହି ସବୁ ଅଞ୍ଚଳରେ ଜନଗଣନା ପାଇଁ ନେପାଳ ପ୍ଲାନିଂ କମିଶନକୁ ଦାୟିତ୍ୱ ଦିଆଯାଇଛି । ତେବେ ସେଠାକାର ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଷ୍ଟାଟିଷ୍ଟିକସ୍ ଏହି ପଦକ୍ଷେପ ପାଇଁ ଭାରତ ଅସନ୍ତୁଷ୍ଟ ହେବାର ସମ୍ଭାବନା ଥିବା କହିଛି । ପ୍ରକାଶଯୋଗ୍ୟ, ନିକଟରେ ଭାରତ ନେପାଳକୁ ଦୁଇଟି ଅତ୍ୟାଧୁନିକ ଟ୍ରେନ୍ ଦେଇଥିଲା । ତେଣୁ ନେପାଳ କ’ଣ କରିବ ସ୍ପଷ୍ଟ କରିନଥିଲେ ମଧ୍ୟ ଆଗକୁ କ’ଣ ହେବ ଦେଖିବାକୁ ବାକି ରହିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.