Below header

କରୋନା ଭାଇରସ୍‌ ପାଇଁ ରାଷ୍ଟ୍ରପତି ଭବନରେ ୨୬ ମାର୍ଚ୍ଚ ଓ ୩ ଅପ୍ରେଲରେ ହେବାକୁ ଥିବା ପଦ୍ମ ସମ୍ମାନ ସମାରୋହ ସ୍ଥଗିତ

ନୂଆଦିଲ୍ଳୀ: କରୋନା ଭାଇରସ କାରଣରୁ ହେବାକୁ ଥିବା ପଦ୍କ ସମ୍ମାନ ସମାରୋହକୁ ସ୍ଥଗିତ କରାଯାଇଛି । ମାର୍ଚ୍ଚ ୨୬ ଓ ଅପ୍ରେଲ ୩ ତାରିଖରେ ଏହା ରାଷ୍ଟ୍ରପତି ଭବନରେ ହେବାକୁ ସ୍ଥିର କରାଯାଇଥିଲା ।

ମାତ୍ର କରୋନା ପ୍ରକୋପ କାରଣରୁ ରାଷ୍ଟ୍ରପତି ଭବନରେ ଥିବା ସଂଗ୍ରାହଳୟ ଓ ମୋଗଲ ଗାର୍ଡେନ୍‌କୁ ସାଧାରଣ ଲୋକଙ୍କ ପ୍ରବେଶ ପାଇଁ ପୂର୍ବରୁ ବନ୍ଦ କରିଦିଆଯାଇଛି । ଅନ୍ୟ ଆଦେଶ ଯାଏ ଏହା ବନ୍ଦ ରହିବ ବୋଲି ପ୍ରକାଶ ପାଇଛି ।

ଏହାକୁ ଦୃଷ୍ଟିରେ ରଖି ସରକାର ପଦ୍ମ ସମ୍ମାନ ସମାରୋହକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ସମାରୋହର ନୂତନ ତାରିଖ ପରବର୍ତ୍ତୀ ସମୟରେ ପ୍ରକାଶ ପାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.