ଶେଷରେ ସତ କହିଲା ହନୁ ; ଭାରତ ବିରୋଧରେ F-16 ବ୍ୟବହାର କଥାକୁ ମାନିଲା ପାକିସ୍ତାନ

ପାକିସ୍ତାନ ପ୍ରଥମ ଥର ସଙ୍କେତ ଦେଇଛି କି ୨୭ ଫେବୃଆରୀ ଦିନ ଭାରତୀୟ ଯୁଦ୍ଧ ବିମାନ ସହିତ ହୋଇଥିବା ଟକ୍କରରେ ଏଫ୍-୧୬ ବିମାନ ବ୍ୟବାହାର କରିଥିଲା । କିନ୍ତୁ ଏବେ ପର୍ଯ୍ୟନ୍ତ ପାକିସ୍ତାନ ଏହି କଥା କହିଆସୁଥିଲା କି ସେ ଆମେରିକା ନିର୍ମିତ ଏଫ୍-୧୬ ବିମାନର ବ୍ୟବାହାର କରିନଥିଲା ।

ପାକିସ୍ତାନ ସେନା ପ୍ରବକ୍ତା ମେଜର ଜେନେରାଲ ଆସିଫ୍ ଗଫୁର ସୋମବାର ଦିନ ଏଫ୍-୧୬ ବିମାନ ନଷ୍ଟ କରାଯାଇଥିବା ନେଇ ବାରମ୍ବାର ଭାରତ ଦେଉଥିବା ଟପ୍ପଣୀ ଉପରେ ବୟାନ ଜାରି କରିଥିଲେ । ଗଫୁର କହିଥିଲେ କି, ନିୟନ୍ତ୍ରଣ ରେଖା ପାଖରେ ପାକିସ୍ତାନୀ ବାୟୁସେନା ଆକ୍ସନ ନେଇଥିଲା । ଏହା ଜେଏଫ୍-୧୭ ପକ୍ଷରୁ କରାଯାଇଥିଲା । ଏବେ ଏହି କଥାର କିଛି ପ୍ରମାଣ ନାହିଁ କି ଯିଏ ଦୁଇଟି ଭାରତୀୟ ଯୁଦ୍ଧ ବିମାନକୁ ନଷ୍ଟ କରି ତଳେ ପକାଇଛି, ସେହି ବିମାନ ଏଫ୍-୧୬ ଥିଲା ନା ଜେଏଫ୍-୧୭ । ଯଦି ଆମେ ଏଫ୍-୧୬ ର ବ୍ୟବାହର କରିଥିଲୁ ତେବେ ଏହା ଗୁରୁତ୍ବର କଥା କି ଆମେ ଦୁଇଟି ଭାରତୀୟ ବିମାନ ନଷ୍ଟ କରିଦେଇଛୁ ।

ଭାରତ ଦ୍ବାରା ଏଫ୍-୧୬ର ଭଗ୍ନାବଶେଷ ଦେଖାଯାଥିବା ଘଟଣା ଉପରେ ଗଫୁର କହିଛନ୍ତି କି ଭାରତର ଏହା ଅଧିକାର ଅଛି କି ସେ କଳ୍ପନା କରୁଥାଉ କି ଉକ୍ତ ବିମାନଟି ଏଫ୍-୧୬ଥିଲା ନା ଆଉ କିଛି । ଆଉ ଏକ କଥା ହେଉଛି କି ପାକିସ୍ତାନ ନିଜର ଆତ୍ମରକ୍ଷା ପାଇଁ କିଛି ଅଲଗା ପଦକ୍ଷପ ନେବାର ଅଧିକାର ଅଛି । ୨୭ ଫେବୃଆରୀର ଘଟଣା ଏବେ ଇତିହାସ ହୋଇସାରିଛି । ଭାରତ ପାକିସ୍ତାନର କୌଣସି ବି ଏଫ-୧୬ ବିମାନ ନଷ୍ଟ କରିନାହିଁ । ଗତ ମାସରେ ଗଫୁର ଏହି କଥା କହିଥିଲେ କି ପାକିସ୍ତାନ ଜେଏଫ୍-୧୭ ବିମାନ ବ୍ୟବାହାର କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.