Below header

ପାକିସ୍ତାନରେ ଥିବା ଦିଲ୍ଲୀପ କୁମାର ଓ ରାଜ କପୁରଙ୍କ ପୈତୃକ ଘରକୁ କିଣିବାକୁ ମିଳିଲା ମଞ୍ଜୁର, ଜାଣନ୍ତୁ ଦାମ୍‌ କେତେ

ପେଶାଓ୍ଵାର : ପାକିସ୍ତାନରେ ଥିବା ବଲିଉଡ୍‌ ସୁପରଷ୍ଟାର ଦିଲ୍ଲୀପ କୁମାର ଓ ରାଜ କପୁରଙ୍କ ଥିବା ପୈତୃକ ସମ୍ପତ୍ତି ବିକ୍ରିନେଇ ପାକିସ୍ତାନ ସରକାର ଏବେ ଅନୁମତି ଦେଇଛନ୍ତି । ଏହା ସେଠାରେ ସଂଗ୍ରହାଳୟ ଭାବେ ବ୍ୟବହୃତ ହେବ । ପେଶାଓ୍ଵର ଜିଲ୍ଲା ଆୟୁକ୍ତ (ସେବାନିବୃତ୍ତ) କ୍ୟାପ୍‌ଟେନ୍‌ ଖାଲିଦ୍‌ ମହମ୍ମଦ ବର୍ତ୍ତମାନ ର ମାଲିକଙ୍କ ମାଲିକାନାକୁ ଖାରଜ କରିଦେଇଛନ୍ତି । ଏହାକୁ ଏବେ ପୁରାତତ୍ତ୍ୱ ବିଭାଗକୁ ହସ୍ତାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

raj kapoors home
photo credit: cn Traveller India

ଜିଲ୍ଲା ଆୟୁକ୍ତ କାର୍ଯ୍ୟାଳୟ ସୂତ୍ରରୁ ଜାରି ଅଧିସୂଚନା ଅନୁଯାୟୀ ଏହି ଜମି (ଦିଲ୍ଲୀପ କୁମାର ଓ ରାଜ କପୁର ଙ୍କ ଘର) ଅଧିଗ୍ରହଣ କରିଥିବା ବିଭାଗର ମାଲିକାନାରେ ରହିବ ଅର୍ଥାତ ଏହା ପୁରାତତ୍ତ୍ୱ ଓ ସଂଗ୍ରହାଳୟ ନିର୍ଦ୍ଦେଶକଙ୍କ ନାମରେ ରହିବା ।

raj kapoors home
photo credit: WION

ସରକାର ରାଜ କପୁରଙ୍କ ଘରର ମୂଲ୍ୟ ଦେଢ଼ କୋଟି ଟଙ୍କା ରଖିଥିବା ବେଳେ ଦିଲ୍ଲୀପ କୁମାର ଙ୍କ ଘରର ମୂଲ୍ୟ ୮୦ ଲକ୍ଷ ଟଙ୍କା ରଖିଥିବା ଜଣାଯାଇଛି । ତେବେ କପୁର ଘରର ମାଲିକ ଥିବା ଅଲୀ କାଦିର ଘରର ମୂଲ୍ୟ ୨୦ କୋଟି ଟଙ୍କା ରଖିଥିବା ବେଳେ ଦିଲ୍ଲୀପ କୁମାରଙ୍କ ଘରର ମାଲିକ ଗୁଲ ରହମାନ ଦିଲ୍ଲୀପଙ୍କ ଘରର ମୂଲ୍ୟ ୩ କୋଟି ଟଙ୍କା ରଖିଥିଲେ ।

ତେବେ ସେଠାକାର ସରକାର ଏହାକୁ ସଂଗ୍ରହାଳୟ କରିବା ପାଇଁ ଅନୁମତି ଦେବା ସହ କପୁରଙ୍କ ସମ୍ପତ୍ତିର ମୂଲ୍ୟ ଦେଢ଼ କୋଟି ଓ କୁମାରଙ୍କ ସମ୍ପତ୍ତିର ମୂଲ୍ୟ ୮୦ ଲକ୍ଷ ରଖିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.