ପାକିସ୍ତାନୀ ଡ୍ରୋନ୍ଙ୍କୁ ଧ୍ୱଂସ କରି ଖସାଇ ଦେଲା ଭାରତର ସୁଖୋଇ ବିମାନ

ନୂଆଦିଲ୍ଲୀ : ଯେତେ ମାତ୍ ଖାଇଲେ ବି ସୁଧୁରୁ ନାହିଁ ପାକିସ୍ତାନ । ଆଜି ଗୋଇନ୍ଦାଗିରି କରିବା ଲାଗି ପାକିସ୍ତାନ ଏକ ଡ୍ରୋନ୍ ପଠାଇଥିଲା ରାଜସ୍ଥାନର ବିକାନିର ଅଞ୍ଚଳକୁ । ଭାରତୀୟ ଆକାଶ ସୀମା ଭିତରେ ପଶି ଏଠାକାର ନାଲ ସେକ୍ଟରରେ ଡ୍ରୋନ୍ଟି ଉଡୁଥିବା ବେଳେ ଭାରତୀୟ ପ୍ରତିରକ୍ଷା ବିଭାଗ ରାଡାର୍ ତାକୁ ଠାବ କରିଥିଲା । ଏହି ସୂଚନା ପାଇବା ପରେ ତୁରନ୍ତ ସୁଖୋଇ ବିମାନକୁ ପଠା ଯାଇଥିଲା ଏବଂ
ବାୟୁସେନାର ସୁଖୋଇ ବିମାନ-୩୦ ଏମ୍କେଆଇ ଆଜି ସକାଳ ପ୍ରାୟ ସାଢ଼େ ୧୧ଟା ବେଳେ ତାକୁ ଟାର୍ଗେଟ୍ କରିଥିଲା । ଆକାଶରୁ ଆକାଶକୁ କ୍ଷେପଣ ହେଉଥିବା ମିଶାଇଲ୍ ମାରି ଏହାକୁ ଖସାଇ ଦେଇଥିଲା । ତେବେ ଡ୍ରୋନ୍ଟି ୟୁଏବି ବାହାବଲପୁର ଅନ୍ତର୍ଗତ ଫୋର୍ଟ ଆବାସ୍ ଅଞ୍ଚଳରେ ତାର ଧ୍ୱଂସାବଶେଷ ପଡ଼ିଥିଲା ।