Below header

ସୁଧୁରୁନି ପାକିସ୍ତାନ, ହିନ୍ଦୁ ଯୁବକଙ୍କୁ ଡରେଇ ଧମକେଇ କରୁଛି ଧର୍ମ ପରିବର୍ତ୍ତନ

ପାକିସ୍ତାନରେ ଅଳ୍ପ ସଂଖ୍ୟକଙ୍କ ଶୋଷଣ ହେବା କିଛି ନୂଆ କଥା ନୁହେଁ । ଏନେଇ ପୂର୍ବରୁ ଅନେକ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ଅନେକ ସାଙ୍ଘାତିକ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏବେ ନିକଟରେ ଏକ ଘଟଣାର ଭିଡିଓ ବିଭିନ୍ନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି । ଜଣେ ହିନ୍ଦୁ ଯୁବକଙ୍କୁ ଜବରଦସ୍ତ ଧରାଯାଇ ଡରେଇ ଧମକେଇ ତା ସାର୍ଟ କଲର ଧରି ତାକୁ “ଅଲ୍ଲାହୁ ଆକବର” କହିବାକୁ ବାଧ୍ୟ କରାଯାଉଛି । ଆଉ ଭୟବିତ ହୋଇ ଯୁବକ ଜଣଙ୍କ “ଅଲ୍ଲାହୁ ଆକବର” କହି ଦେଉଛି । ଏହି ଘଟଣାକୁ ନେଇ ଅଭିଯୋଗ ଉଠାଇଥିବା ଆରୋପି ଜଣଙ୍କ ପୁରା ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଏହାକୁ ୟୁ ଟ୍ୟୁବରେ ଅପଲୋଡ଼ କରିଛନ୍ତି । ଯାହାକି ଖୁବ ଭାଇରାଲ ବି ହୋଇଛି । ଘଟଣାଟି ଜୁନ ୨୧ ତାରିଖରେ ପାକିସ୍ତାନ ସିନ୍ଧ ପ୍ରଦେଶର ଥାପରକର ଜିଲ୍ଲାରେ ଘଟିଥିବା ଜଣାଯାଇଛି ।

ଭିଡିଓଟିକୁ ଅପଲୋଡ କରିଥିବା ଆରୋପିଙ୍କ ନାଁ ଅବଦୁଲ ଦାଉଦ ଅଥବା ଅବଦୁଲ ସଲାମ ବୋଲି ଜଣାଯାଇଛି । ସେ ପାକିସ୍ତାନର କୋଲ ବ୍ଲକରେ ଜଣେ ଇଂଜିନିୟର ଭାବେ ନିୟୋଜିତ ଅଛନ୍ତି । ଭିଡିଓଟି ଖୁବ ଭାଇରାଲ ହେବା ପରେ ୟୁ ଟ୍ୟୁବ ପକ୍ଷରୁ ହଟାଇ ଦିଆଯାଇଛି । ଗତ କିଛି ଦିନ ହେବ ପାକିସ୍ତାନରେ ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର ବଢିଯାଇଛି । ସେଠାରେ ଅଳ୍ପସଂଖ୍ୟକ ମାନଙ୍କୁ ଜବରଦସ୍ତ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଥିବା ନେଇ ଅନେକ ଘଟଣା ସାମ୍ନାକୁ ଆସିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.