Below header

‘ମୋର ସୀମା ନୁହେଁ, ଚାରି ପିଲା ଦରକାର’ ଭାରତ ସରକାରଙ୍କୁ ଅନୁରୋଧ କଲେ ସ୍ୱାମୀ ଗୁଲାମ

ଦୀର୍ଘ ୪ ବର୍ଷ ପରେ ସୀମାଙ୍କ ସ୍ବାମୀ ଗୁଲାମ ହାଇଦର ପାକିସ୍ତାନ ଫେରିଛନ୍ତି । ସୀମାଙ୍କ ଠାରୁ ତାଙ୍କ ପିଲାଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି।

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ସୀମା ହାଇଦର । ଦୀର୍ଘ ୪ ବର୍ଷ ପରେ ସୀମାଙ୍କ ସ୍ବାମୀ ଗୁଲାମ ହାଇଦର ପାକିସ୍ତାନ ଫେରିଛନ୍ତି । ସୀମାଙ୍କ ଠାରୁ ତାଙ୍କ ପିଲାଙ୍କୁ ଫେରାଇ ଆଣିବାକୁ ନିବେଦନ କରିଛନ୍ତି। ଗୁଲାମ ହାଇଦର ଚାରି ବର୍ଷ ହେଲା ସାଉଦିଆରବରେ ଚାକିରି କରିଥିଲେ । ଏବେ ସେ ପାକିସ୍ତାନ ଫେରିବା ପରେ ସରକାର ଏବଂ ପାକିସ୍ତାନ ସେନା ମୁଖ୍ୟଙ୍କୁ ଏନେଇ ନିବେଦନ କରିଛନ୍ତି । ଏପଟେ ଚାରି ପିଲାଙ୍କ ସହ ସୀମା ନୋଏଡା ରବୁପୁରା ଠାରେ ତାଙ୍କ ପ୍ରେମିକ ସଚିନ ମିନାଙ୍କ ସହିତ ରହୁଛନ୍ତି । ଦିନେ ସୀମାଙ୍କୁ ବହୁତ ଭଲ ପାଉଥିବା କଥା କହୁଥିବା ଗୁଲାମ ଏବେ ଏକ ଭିଡିଓ ଜାରି କରି କହିଛନ୍ତି କି ମୋର ସୀମା ନୁହେଁ, ଚାରି ପିଲା ଦରକାର ।

ମୁଁ ଭାରତ ସରକାରଙ୍କୁ ଅନେକ ଥର ଅନୁରୋଧ କଲିଣି ହେଲେ ସେମାନେ କିଛି ଜଣାଉ ନାହାନ୍ତି । ତେଣୁ ପାକିସ୍ତାନ ସରକାର ଏ ସମ୍ପର୍କରେ ପଦକ୍ଷେପ ନେବାକୁ ସେ ଅନୁରୋଧ କରିଛନ୍ତି । ମେ ୧୦ ତାରିଖରେ ପାକିସ୍ତାନରୁ ଭାରତକୁ ଲୁଚି ପଳାଇ ଆସିଥିଲେ ସୀମା ହାଇଦର । ସୀମା କିନ୍ତୁ ଆଉ ପାକିସ୍ତାନ ଫେରିବାକୁ ରାଜି ନୁହନ୍ତି । ସେଠାକୁ ଗଲେ ତାଙ୍କୁ ଜୀବନରୁ ମାରି ଦିଆଯିବ ବୋଲି ସେ କହୁଛନ୍ତି ।

ସୁଚନା ମୁତାବିକ୍‌ , ପବଜି ଖେଳରୁ ସୀମା ଓ ସଚିନଙ୍କ ଭିତରେ ପ୍ରେମ ହୋଇଥିଲା । ସୀମା ନିଜ ପିଲାମାନଙ୍କୁ ଧରି ଭାରତରେ ଅନୁପ୍ରବେଶ କରିବା ପରେ ତାଙ୍କୁ ପୋଲିସ୍ ଗିରଫ କରି ପୁଣି ଜାମିନରେ ଛାଡ଼ି ଦେଇଥିଲା । ଏବେ ସୀମା ଓ ସଚିନଙ୍କ ବିରୋଧରେ ମାମଲା ଚାଲିଛି କିନ୍ତୁ କୌଣସି ଫଇସଲା ଆସି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.