ପୁଲୱାମାରେ ଜଣେ ଆତଙ୍କବାଦୀଙ୍କୁ ନିପାତ କଲା ସୁରକ୍ଷାବାହିନୀ, ସମଗ୍ର ଅଞ୍ଚଳରେ ଚାଲିଛି ସର୍ଚ୍ଚ ଅପରେସନ

ଜମ୍ମୁ-କାଶ୍ମୀରର ପୁଲୱାମା ଜିଲ୍ଲାର ଅରିହାଲରେ ଗତକାଲି ବିଲମ୍ବିତ ରାତିରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା ଏବଂ ଜମ୍ମୁ-କାଶ୍ମୀର ପୋଲିସ ଦ୍ୱାରା ଏକ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା।

ଅଧିକାରୀଙ୍କ ସୂଚନା ମୁତାବକ, ନିହତ ଆତଙ୍କବାଦୀ ହେଲେ, ଲସ୍କର-ଏ-ତୋଏବାର, ଯିଏ ନିକଟରେ ଆତଙ୍କୀ ସଙ୍ଗଠନରେ ସାମିଲ ହୋଇଥିଲେ। ପୋଲିସ କହିଛି, ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଏବେ ବି ଜାରି ରହିଛି। ସେନା ଏବଂ ସିଆର୍‌ପିଏଫ୍‌ର ଏକ ମିଳିତ ଟିମ୍‌ ଅଞ୍ଚଳରେ ସର୍ଚ୍ଚ ଅପରେସନ ଚଳାଇଛନ୍ତି।

ସନ୍ଦିଗ୍ଧ ସ୍ଥାନରେ ଲୁଚିଥିବା ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରେ ପ୍ରଥମେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଯବାନମାନେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିଥିଲେ। ସୂଚନା ମୁତାବକ, ଜଣେ ଆତଙ୍କୀଙ୍କୁ ନିପାତ କରିବା ସହ ଯବାନମାନେ ଆତଙ୍କବାଦୀଙ୍କ ଅସ୍ତ୍ରଶସ୍ତ୍ର ଏବଂ ଠିକଣାକୁ ମଧ୍ୟ ନଷ୍ଟ କରି ଦେଇଛନ୍ତି।

କହି ରଖୁଛୁ, ଏହାପୂର୍ବରୁ ନଭେମ୍ବର ୨୨ରେ ଜମ୍ମୁ-କାଶ୍ମୀରର ରାଜୌରୀରେ ଆତଙ୍କବାଦୀଙ୍କ ଗୁଳିରେ ସେନାର ଦୁଇ ଅଧିକାରୀ ଏବଂ ଜଣେ ଯବାନ ସହିଦ ହୋଇଥିଲେ।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.