ପରୀକ୍ଷା ଖାତାରେ ପାକିସ୍ତାନୀ ଛାତ୍ରଙ୍କ ଅଦ୍ଭୁତ କାରନାମା, ପାଠ ବଦଳରେ ଲେଖିଲେ ଗୀତ, ଭିଡିଓ ଭାଇରାଲ
ପରୀକ୍ଷା ସମୟରେ ବହୁ ମଜେଦାର କଥା ଦୃଷ୍ଟିକୁ ଆସିଥାଏ । ପରୀକ୍ଷା ଖାତାରେ ଉତ୍ତର ବଦଳରେ କିଛି ଛାତ୍ର ବିଭିନ୍ନ କଥା ଲେଖିଥାନ୍ତି । କିଏ ପାସ କରିଦେବାକୁ ଗୁହାରୀ କରିଥାନ୍ତି ତ କିଏ ଶିକ୍ଷକଙ୍କ ରାଣ ନିୟମ ପକାଇ ଅଧିକ ମାର୍କ ଦେବାକୁ ମାଗିଥାନ୍ତି । ଏମିତି ଏକ ଉତ୍ତର ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖିଲେ ଆପଣ ନହସି ରହିପାରିବେ ନାହିଁ ।
ଇସଲାମବାଦ : ପରୀକ୍ଷା ସମୟରେ ବହୁ ମଜେଦାର କଥା ଦୃଷ୍ଟିକୁ ଆସିଥାଏ । ପରୀକ୍ଷା ଖାତାରେ ଉତ୍ତର ବଦଳରେ କିଛି ଛାତ୍ର ବିଭିନ୍ନ କଥା ଲେଖିଥାନ୍ତି । କିଏ ପାସ କରିଦେବାକୁ ଗୁହାରୀ କରିଥାନ୍ତି ତ କିଏ ଶିକ୍ଷକଙ୍କ ରାଣ ନିୟମ ପକାଇ ଅଧିକ ମାର୍କ ଦେବାକୁ ମାଗିଥାନ୍ତି । ଏମିତି ଏକ ଉତ୍ତର ଖାତା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି,ଯାହାକୁ ଦେଖିଲେ ଆପଣ ନହସି ରହିପାରିବେ ନାହିଁ ।
ଏହି ଉତ୍ତର ଖାତାର ଭିଡିଓ ସେୟାର କରିଛନ୍ତି ଜଣେ ଶିକ୍ଷକ । ଏହି ଘଟଣା ଦେଖିବାକୁ ମିଳିଛି ଆମର ପଡୋଶୀ ଦେଶ ପାକିସ୍ତାନରେ । ଛାତ୍ର ଜଣକ ପଦାର୍ଥ ବିଜ୍ଞାନ (ଫିଜିକ୍ସ) ଉତ୍ତର ଖାତାରେ ଉତ୍ତର ବଦଳରେ କିଛି ଗୀତ ଲେଖିଛନ୍ତି । ଏହା ସହ ଗୀତର ଧୂନ ମଧ୍ୟ ଲେଖିଛନ୍ତି ।
ଛାତ୍ର ଜଣକ ଲେଖିଛନ୍ତି ‘ବଡା ଖତରନାକ ପେପର ଦିଆ ହେ ଭାଇଲୋଗ, କସମ ସେ ଦିଲ ଦୁଖତା ହେ’ । ଏହା ସହ ଗୀତ ‘ତୁଝେ ଦେଖା, ହସତେ ହୁଏ ଗାଲ ପେ’ । ଶିକ୍ଷକ ଜଣକ ଖାତା ଦେଖି କହିଛନ୍ତି ଯେ ଛାତ୍ର ବୋଧେ ଶିକ୍ଷକଙ୍କୁ ବୋକା ଭାବିଛନ୍ତି, ସିଏ ଖାତା ନପଢ଼ି ଖାଲି ଲେଖା ଦେଖି ମାର୍କ ଦେଇଦେବେ ।
یہ وائرل وڈیو وٹسُ ایپ میں موسول ہوئی۔ میری طالب علموں سے التجا ہے کہ میرے گیتوں میں physics نہ تلاش کریں اگرچہ دیکھا جائے تو physics تو اس گانے کے اشعار سمیت ہر جگہ ہی موجود ہے۔ لیکن پھر پڑھائ کے وقت پڑھائی اور اساتذہ کا احترام کریں۔ 😇 pic.twitter.com/vjl4Mbo5Pw
— Ali Zafar (@AliZafarsays) December 27, 2022
ସୋସିଆଲ ମିଡିଆରେ ଏହି ଭିଡିଓକୁ ସିଙ୍ଗର ଅଲ୍ଲି ଜାଫର ତାଙ୍କ ଟ୍ଵିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି । ଏହା ଭାଇରାଲ ହେବା ସହ ଏହାକୁ ୨ ହଜାର ରୁ ଅଧିକ ଲାଇକ ମିଳିଛି । ଭିଡିଓକୁ ଦେଖିଲେ ଯେ କେହି ନହସି ରହି ପାରିବେ ନାହିଁ ।