Below header

ଶେଷ ହେବ ସୀମା-ସଚ୍ଚିନ ପ୍ରେମ କାହାଣୀ, ପାକିସ୍ତାନ ଫେରିଯିବ ସୀମା

କିଛି ଦିନ ଧରି ସବୁ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ପାକିସ୍ତାନ ମହିଳା ସୀମା ହାଇଦର ଓ ଭାରତର ସଚିନଙ୍କ ପ୍ରେମ କାହାଣୀରେ ପଡିବ ଭଟ୍ଟା । ପାକିସ୍ତାନକୁ ଫେରିଯିବ ସୀମା ହାଇଦର ।

ନୂଆଦିଲ୍ଲୀ : କିଛି ଦିନ ଧରି ସବୁ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ପାକିସ୍ତାନ ମହିଳା ସୀମା ହାଇଦର ଓ ଭାରତର ସଚିନଙ୍କ ପ୍ରେମ କାହାଣୀରେ ପଡିବ ଭଟ୍ଟା । ପାକିସ୍ତାନକୁ ଫେରିଯିବ ସୀମା ହାଇଦର । ସ୍ୱାମୀ ଛାଡି ନିଜର ୪ ପିଲାଙ୍କ ସହ ସୀମା ପାର କରି ବେନିୟମ ଭାବେ ଭାରତକୁ ଆସିଥିଲେ ସୀମା ହାଇଦର । କହୁଥିଲେ ସେ ସଚ୍ଚିନଙ୍କ ପ୍ରେମରେ ପଡି ଭାରତ ଆସିଛନ୍ତି । ସଚ୍ଚିନ ମଧ୍ୟ ତାଙ୍କୁ ଗ୍ରହଣ କରିଥିଲେ ।

ଉଭୟଙ୍କ ମଧ୍ୟରେ ବିବାହ ହୋଇଥିଲା । ସଚ୍ଚିନଙ୍କୁ ନେଇ ଖୁସୀରେ ଥିଲେ ସୀମା । ସଚ୍ଚିନ ମଧ୍ୟ ସୀମାଙ୍କୁ ନେଇ କବିତା ଲେଖିଥିଲେ । ଉଭୟ ଉତ୍ତର ପ୍ରଦେଶର ଗ୍ରେଟର ନଏଡାରେ ରହୁଥିଲେ । ହେଲେ ଏହି ପ୍ରେମ କାହାଣୀର ଏବେ ଭଟ୍ଟା ପଡିବାକୁ ଯାଉଛି । ଉତ୍ତର ପ୍ରଦେଶ ଏଟିଏସ ଟିମ ଜେରା ପରେ ସୀମା ପାକିସ୍ତାନ ଗୁଇନ୍ଦା ବୋଲି ଅଭିଯୋଗ ହୋଇଛି । ଏହି ମାମଲା ଦୁଇ ଦେଶର ସୁରକ୍ଷାକୁ ନେଇ ଥିବାରୁ ସରକାର ଏଥିରେ ଶକ୍ତ ଭାବେ ତଦନ୍ତ କରୁଛନ୍ତି ।

ସୀମାଙ୍କୁ ନେଇ ନୂଆ ଖବର

ଗୁଇନ୍ଦା ଏଜେନ୍ସି ଅନୁଯାୟୀ ସୀମାଙ୍କୁ ଭାରତରେ ପ୍ରବେଶ କରିବା ପାଇଁ କେହି ୩ୟ ପକ୍ଷ ସହଯୋଗ କରିଥିବା ଜଣାଯାଇଛି । ସୀମାଙ୍କ ପରିଧାନ ଜଣେ ଗାଉଁଲି ଭାରତୀୟ ନାରୀ ବେଶରେ କରାଯାଇ ଭାରତରେ ପ୍ରବେଶ କରାଯାଇଛି । ସୁରକ୍ଷା ଏଜେନ୍ସିଙ୍କ ଠାରୁ ରକ୍ଷା ପାଇବା ପାଇଁ ନିଜର ପିଲାଙ୍କୁ ମଧ୍ୟ ଭାରତୀୟ ବେଶରେ ମେକଅପ୍‌ କରାଯାଇଥିଲା ।

ଗୁଇନ୍ଦା ସଂସ୍ଥା ରିପୋର୍ଟ ଅନୁଯାୟୀ ସୀମାଙ୍କ ଗତିବିଧି ଜଣେ ପାକ୍‌ ଏଜେନ୍ସି ଭାବେ ଜଣାପଡୁଛନ୍ତି । ତେଣୁ ଭାରତରେ କିଛି ବେନିୟମ କାର୍ଯ୍ୟ କରିବା ପାଇଁ ହୁଏତ ସୀମା ପାକିସ୍ତାନର ମୋହରା ହୋଇପାରେ ବୋଲି ଆଶଙ୍କା କରାଯାଇଛି । ଏଟିଏସ ର ତଦନ୍ତ ଜାରି ରହିଛି । ଖୁବ ଶୀଘ୍ର ସୀମାଙ୍କୁ ପାକିସ୍ତାନ ପଠାଯିବ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.