Below header

ବାପା ମା ପାର କଲେ ନିଷ୍ଠୁରତାର ସମସ୍ତ ସୀମା,ମାତ୍ର ୪ ମାସର ଶିଶୁକୁ ମାରି ଶରୀରରୁ ଭାଙ୍ଗିଦେଲେ ୨୮ଟି ହାଡ଼

କୁହାଯାଏ ବାପା ମା’ଙ୍କ ଭଲପାଇବା ଦୁନିଆରେ ସବୁଠୁ ମହଙ୍ଗା । କେବଳ ଭାଗ୍ୟବାନ ଲୋକଙ୍କୁ ପିତାମାତାଙ୍କ ଆଶୀର୍ବାଦ ଓ ଭଲପାଇବା ମିଳିଥାଏ । ତେବେ ନିକଟରେ ବ୍ରିଟେନରେ ଏକ ଏପରି ଘଟଣା ଦେଖିବାକୁ ମିଳିଛି ଯାହା ଶୁଣିବା ପରେ ଆପଣଙ୍କ ଛାତି ଥରି ଉଠିବ । ଏଠାରେ ଦେଖିବାକୁ ମିଳିଛି ମା ବାପାଙ୍କ ନିଷ୍ଠୁରତା । ଘଟଣା ବିଷୟରେ ଜାଣିବା ପରେ ଆପଣଙ୍କ ପାଦତଳୁ ମାଟି ଖସିଯାଇପାରେ । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ୍ଣ ଘଟଣା ।

ସୂଚନା ଅନୁଯାୟୀ ଏଠାକାର ଆଲେକ୍ଜାଣ୍ଡ୍ରା କୋପିନସ୍କା ଓ ଏଡ଼ମ ନାମକ ଏକ ଦମ୍ପତ୍ତି ନିଜର ପିଲାପ୍ରତି ଥିବା ନିଷ୍ଠୁରତାର ସୀମା ପାର କରିଦେଇଛନ୍ତି । ନିଜ ଚାରି ମାସର ଶିଶୁର ଶରୀରରୁ ସେମାନେ ୨୮ଟି ହାଡ଼ ଭାଙ୍ଗିଦେଇଛନ୍ତି । ରିପୋର୍ଟ ଅନୁଯାୟୀ ପିଲାଟିର ଆଣ୍ଠୁ, ହାତ, ଗୋଇଠି ଓ ପଞ୍ଜରା ହାଡ଼କୁ ଭାଙ୍ଗି ଯାଇଥିଲା । ତେବେ ସେହି ଦମ୍ପତ୍ତି ଡାକ୍ତରଙ୍କଠାରୁ ଏହି କଥା ଲୁଚାଇ ରଖିଥିଲେ ଏବଂ ପିଲାଟି ଅନେକଦିନ ପର୍ଯ୍ୟନ୍ତ ଯନ୍ତ୍ରଣା ସହି ଆସୁଥିଲା ।

ହସ୍ପିଟାଲରେ ଡାକ୍ତରମାନଙ୍କୁ ପିଲାଟିର କ୍ଷତ ବିଷୟରେ ବାପା ମା ମିଛ କହିଆସୁଥିଲେ କିନ୍ତୁ ଡାକ୍ତରମାନେ ପିଲାଟିର ପୁରା ଶରୀରକୁ ଏକ୍ସରେ କଲାପରେ ଯାହା ଦେଖିଲେ ତାଙ୍କର ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ସେମାନେ ରିପୋର୍ଟରେ ଦେଖିବାକୁ ପାଇଥିଲେ ଯେ ପିଲାଟିର ଶରୀରରୁ ୨୮ଟି ହାଡ଼ ଭାଙ୍ଗିଯାଇଛି । ତେବେ ବାପା ମାଙ୍କୁ ଏ ବିଷୟରେ ପଚାରିବା ପରେ ସେମାନଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା । ତେବେ ପଚରାଉଚୁରା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ ୪ରୁ ୬ ସପ୍ତାହ ପୂର୍ବରୁ ପିଲାଟିକୁ ମାଡ଼ ମରାଯାଇଥିଲା ଯାହାଦ୍ୱାରା ତାଙ୍କ ଶରୀରର ୨୮ଟି ହାଡ଼ ଭାଙ୍ଗି ଯାଇଥିଲା । ତେବେ ଏହି ମାମଲାରେ ଜଜ ଅଭିଯୁକ୍ତ ବାପା ମାଙ୍କୁ ୮ ବର୍ଷର ସଜା ଶୁଣାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.