Below header

ଜମ୍ମୁ କଶ୍ମୀର ପ୍ରସଙ୍ଗରେ ପୁଣି ଲୋକସଭାରେ ପ୍ରବଳ ହଟ୍ଟଗୋଳ, ସରକାର ବିରୋଧୀ ନାରାବାଜି ଓ ହୋହାଲ୍ଲା

ନୂଆଦିଲ୍ଲୀ: ଲୋକସଭାର ଦ୍ୱିତୀୟ ଦିନର ଗୃହକାର୍ଯ୍ୟ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ। କଂଗ୍ରେସ ସମେତ ବହୁ ବିରୋଧୀ ଦଳ ନେତା ଜମ୍ମୁ କଶ୍ମୀର ପ୍ରସଙ୍ଗରେ ସରକାରଙ୍କୁ ଆକ୍ରମଣ କରି ହୋହାଲ୍ଲା କରିଥିଲେ । ସରକାର ବିରୋଧୀ ନାରାବାଜି କରିବାରୁ ଏଥିରୁ କ୍ଷାନ୍ତ ରହିବାକୁ ବାଚସ୍ପତି ଓମ୍‌ ବିର୍ଲା ଅନୁରୋଧ କରିଥିଲେ ମଧ୍ୟ ବିରୋଧୀ ଦଳ ସଦସ୍ୟମାନେ ଶୁଣିନଥିଲେ। ପ୍ରଶ୍ନକାଳରେ କୃଷି ଓ କୃଷକ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ୧୫ଲକ୍ଷ କୃଷକଙ୍କୁ ଜୈବିକ ଚାଷରୁ ଲାଭ ମିଳିଥିବା ଗୃହକୁ ସୂଚନା ଦେଇଛନ୍ତି କୃଷି ରାଷ୍ଟ୍ରମନ୍ତ୍ରୀ କୈଳାସ ଚୌଧୁରୀ। ଆଜି ଗୃହରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ବୃଦ୍ଧି ପାଉଥିବା ପ୍ରଦୂଷଣ ନେଇ ଚର୍ଚ୍ଚା ହେବ। କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଏନେଇ ପ୍ରଶ୍ନର ଉତ୍ତର ଦେବେ। ସେପଟେ ରାଜ୍ୟସଭାର ଗୃହକାର୍ଯ୍ୟକୁ ଦିନ ୨ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.