ନୂଆ ସଂସଦ ଭବନରେ ହେବ ସ୍ୱତନ୍ତ୍ର ଅଧିବେଶନ ବୈଠକ, ଗଣେଶ ପୂଜାରୁ ସମସ୍ତ କାର୍ଯ୍ୟ ହେବ ହସ୍ତାନ୍ତର

ପ୍ରଥମେ ବର୍ତ୍ତମାନର ସଂସଦ ଭବନରେ ଆରମ୍ଭ ହେବ ସ୍ୱତନ୍ତ୍ର ଅଧିବେଶନ ବୈଠକ । ତା’ ପରେ ଗଣେଶ ପୂଜା ବା ୧୯ ତାରିଖରୁ ଅଧିବେଶନ ନୂଆ ସଂସଦ ଭବନରେ ହେବ । ଆସନ୍ତା ୧୮-୨୨ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ ।

କେନ୍ଦ୍ର ସରକାର ୫ ଦିନ ପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ବୈଠକ ଡାକିଛନ୍ତି । ଆଉ ନୂଆ ସଂସଦ ଭବନରେ ଏହି ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ଆସନ୍ତା ୧୮-୨୨ ପର୍ଯ୍ୟନ୍ତ ହେବାକୁ ଯାଉଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନ ନୂଆ ସଂସଦ ଭବନରେ ଅନୁଷ୍ଠିତ ହେବ । ୧୮ ସେପ୍ଟେମ୍ବରରେ ପୁରୁଣା ସଂସଦ ଭବନରେ ସ୍ୱତନ୍ତ୍ର ଅଧିବେଶନ ହେବ ଏବଂ ପରଦିନ ଅର୍ଥାତ୍‌ ୧୯ ସେପ୍ଟେମ୍ବର ଗଣେଶ ପୂଜା ଅବସରେ ନୂଆ ସଂସଦ ଭବନରେ ଅଧିବେଶନ କରାଯିବ ।

୧୮ରୁ ୨୨ ସେପ୍ଟେମ୍ବର ପର୍ଯ୍ୟନ୍ତ ହେବାକୁ ଥିବା ସ୍ୱତନ୍ତ୍ର ଅଧିବେଶନରେ ଏକ ଦେଶ ଏକ ନିର୍ବାଚନ ନେଇ ବିଲ୍‌ ପାସ୍‌ ହୋଇପାରେ । ଏହାଛଡା ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ରଖିବା ନେଇ ବିଲ୍‌ ମଧ୍ୟ ଆସିପାରେ ।

ସଂସଦର ନୂଆ ଭବନକୁ ପ୍ରଧାନମନ୍ତ୍ରୀ ମୋଦି ଚଳିତବର୍ଷ ମଇ ମାସରେ କରିଥିଲେ । ହେଲେ ଏଠାରେ ଏପର୍ଯ୍ୟନ୍ତ କାମ ଆରମ୍ଭ ହୋଇନାହିଁ । ସଂସଦର ମୌସୁମୀ ଅଧିବେଶନ ସଂପୂର୍ଣ୍ଣ ଭାବେ ପୁରୁଣା ଭବନରେ କରାଯାଇଥିଲା । ଏବେ ଏହା ପରେ ସ୍ୱତନ୍ତ୍ର ଅଧିବେଶନ ଡକାଯାଇ ସଂସଦର ସମସ୍ତ କାର୍ଯ୍ୟ ନୂଆ ଭବନରେ ହେବାକୁ ସ୍ଥିର କରାଯାଇଛି ।

୨୦୨୦ ମସିହା ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ସଂସଦ ଭବନର ଶିଳାନ୍ୟାସ କରିଥିଲେ । ଟାଟା ପ୍ରକଳ୍ପ ଏହି ନୂଆ ସଂସଦ ଭବନର ନିର୍ମାଣ କରିଥିଲା । ୮୬୨ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବିଲଡିଂକୁ ଗତ ମେ ମାସ ୧୮ ତାରିଖରେ ପ୍ରଧାନମନ୍ତ୍ରୀ ଉଦଘାଟନ କରିଥିଲେ । ଏହି ବିଲଡିଂ ଭିତରେ ଏକ ଲାଉଞ୍ଜ, ଏକ ଲାଇବ୍ରେରୀ, ଅନେକ ସମିତି କକ୍ଷ, ଭୋଜନ କ୍ଷେତ୍ର, ବଡ଼ ପାର୍କିଂ ସ୍ଥଳ ରହିଛି ।

ସେହିପରି ଆଜି ‘ଏକ ଦେଶ ଏକ ନିର୍ବାଚନ’ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.